ରାଜ୍ୟର ସବୁ ନାଗରିକଙ୍କୁ ମାଗଣା ଟିକା : ନବୀନ ପଟ୍ଟନାୟକ


( ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ କରୋନା ଟୀକା ଦିଆଯିବ | ଆଜି ଏନେଇ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବଡ ଘୋଷଣା କରିଛନ୍ତି | ରାଜ୍ୟର ୨ କୋଟି ଲୋକଙ୍କୁ ମାଗଣାରେ ଟୀକା ଯୋଗାଇ ଦିଆଯିବ | ଏଥି ପାଇଁ ରାଜକୋଷରୁ ୨୦୦୦ କୋଟି ତାଙ୍କ ବ୍ୟୟ ହେବ | ଏହାସହ ମୁଖ୍ୟମନ୍ତ୍ରୀ କରୋନା ନିୟମ କୁ କଡାକଡି ପାଳନ କରିବା କୁ ରାଜ୍ୟ ବାସୀଙ୍କୁ ଅନୁରୋଧ କରିଛନ୍ତି | ମେ ପହିଲା ରୁ ତୃତୀୟ ପର୍ଯ୍ୟୟ ଟୀକାକରଣ ଆରମ୍ଭ ହେଉଛି | ମୁଖମନ୍ତ୍ରୀ କହିଛନ୍ତି ସାରା ଦେଶ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି | ବିଭିନ୍ନ ରାଜ୍ୟରେ ଶହଶହ ଲୋକ ପ୍ରାଣ ହରାଉଛନ୍ତି | ଗତବର୍ଷ ତୁଳନାରେ ଚଳିତ ବର୍ଷ କରୋନା ସ୍ଥିତି ଅତ୍ୟନ୍ତ ଉଦଵେଗଜନକ | ରାଜ୍ୟବାସୀ ସଚେତନ ନହେଲେ ସରକାର ସବୁକିଛି କରି ପାରିବେ ନାହିଁ | ଆମେ ଯଦି ସମସ୍ତେ କଟକଣାକୁ ମାନିବା, ତେବେ କୌଣସି ଲକଡାଉନ କିମ୍ବା ସଟଡାଉନର ଆବଶ୍ୟକତା ନାହିଁ । ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟ ଏ ମହା ସଙ୍କଟ ରୁ ଖୁବ ଶୀଘ୍ର ମୁକୁଳିବ । ଏହା ପୂର୍ବରୁ ଛତିଶଗଡ଼, ଆସାମ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, କେରଳ ,ଆସାମ ସରକାର ମାଗଣାରେ ଟିକା ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ ଗତ ୨୪ ଘଣ୍ଟାରେ ୬,୧୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |୬,୧୧୬ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩,୫୪୬ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୫୭୦ଟି ହେଉଛି ଲୋକାଲ୍ କେସ୍‌।

Related Posts