ରାଉଲକେଲାରେ ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ: ପଡ଼ୋଶୀ ମହିଳାଙ୍କୁ କଲେ ହତ୍ୟା

ରାଉରକେଲା:ରାଉଲକେଲାର ବିଶ୍ରା ଥାନା ଅଧୀନ ବୁଦୁଲଜୋର ଗାଁରେ ଅଭାବନୀୟ ଘଟଣା । ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ ଘଟାଇଛି । ନିଶା ସେବନ କରି ଅପରାଧ ଘଟାଇଛି ଯୁବକ। ନିଶାଶକ୍ତ ଅବସ୍ଥାରେ ପଡ଼ୋଶୀ ମହିଳାଙ୍କୁ ଜଣେ ଯୁବକ ହତ୍ୟା କରିଛନ୍ତି।

ମୃତକଙ୍କ ପରିଚୟ ହଉରୀ ଟିଗା। ହତ୍ୟାକାରୀ ସମ୍ପୃକ୍ତ ମହିଳାଙ୍କୁ ଫାର୍ସାରେ ଆକ୍ରମଣ କରିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତର ପରିଚୟ ରେମା ଓରାମ। ପୁରା ଘଟଣା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related Posts