ସାମାନ୍ୟ ବିବାଦରୁ ମଧ୍ୟପ୍ରଦେଶରେ ଗଡିଲା ମୁଣ୍ଡ: ଦଳିତ ଦମ୍ପତି ଓ ତାଙ୍କ ବଡ଼ ପୁଅଙ୍କ ମୃତ୍ୟୁ

ଦାମୋହ : ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାର ଦେବରନ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା । ସମାନ୍ୟ ବିବଦାରୁ ଫୁଟିଛି ଗୁଳି । ଫଳରେ ଏହି ଗୁଳି ମାଡ଼ରେ ଦଳିତ ଦମ୍ପତି ଓ ତାଙ୍କ ବଡ଼ ପୁଅଙ୍କୁ ୬ ଜଣ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି।

ଏହି ଘଟଣାରେ ଦମ୍ପତିଙ୍କ ଆଉ ଦୁଇ ଜଣ ପୁଅ ମଧ୍ୟ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ଏହି ଘଟଣା ଘଟିଛି।

ଏସ୍‌ପି ଡିଆର ତେନିୱାର କହିଛନ୍ତି, ମଙ୍ଗଳବାର ସକାଳ ୬.୩୦ରେ ଗୁଳିକାଣ୍ଡ ଘଟିଛି। ଘଟଣା ପଛରେ ଥିବା ୬ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି। ସମାନ୍ୟ ବିବାଦରୁ ସେହି ଗାଁର ୬ ଜଣ ବ୍ୟକ୍ତି ଦଳିତ ଦମ୍ପତି ଓ ତାଙ୍କ ପୁଅମାନଙ୍କୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ରେ ଜଣେ ୬୦ ବର୍ଷୀୟ ବ୍ୟକ୍ତି, ତାଙ୍କ ୫୮ ବର୍ଷୀୟ ପତ୍ନୀ ଓ ୩୨ ବର୍ଷୀୟ ବଡ଼ ପୁଅଙ୍କ ମୃତ୍ୟୁ ଘଟିଛି।

ଦମ୍ପତିଙ୍କର ଆଉ ଦୁଇ ପୁଅ ଜଣଙ୍କ ବୟସ ୩୦ ଓ ଆଉ ଜଣଙ୍କ ବୟସ ୨୮ ବର୍ଷ ଆହତ ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ୬ ଜଣଙ୍କ ନାଁରେ ହତ୍ୟା ଓ ଆଇପିସିର ବିଭିନ୍ନ ଦଫା ସହ ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ସମସ୍ତଙ୍କୁ ଧରିବା ପାଇଁ ଗୋଟିଏ ଟିମ୍‌ ଗଠନ କରାଯାଇଥିବା ସେ କହିଛନ୍ତି।

Related Posts