ମଧ୍ୟପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି, ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ପାଇଁ ଅଧା ବେତନ ସହିତ ୫ ବର୍ଷ ପର୍ଯ୍ୟନ୍ତ କର୍ମଚାରୀମାନେ ନେଇ ପାରିବେ ଛୁଟି

mp goverment

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମଧ୍ୟପ୍ରଦେଶ ସରକାର କର୍ମଚାରୀଙ୍କ ଅର୍ଥ ସଞ୍ଚୟ କରିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ତେବେ ଅର୍ଦ୍ଧ ଦରମା ସହିତ ପାଞ୍ଚ ବର୍ଷର ଛୁଟି ପର୍ଯ୍ୟନ୍ତ ଅଣ-ଅତ୍ୟାବଶ୍ୟକ ବିଭାଗରେ ରାଜ୍ୟ କର୍ମଚାରୀଙ୍କୁ ପ୍ରଦାନ କରି ଟଙ୍କା ସଞ୍ଚୟ କରିବାକୁ ଏକ ଯୋଜନା ଉପରେ ବିଚାର କରୁଥିବାର କଥା ସାମ୍ନାକୁ ଆସିଛି । ଏପରି କରିବା ଦ୍ୱାରା ବାର୍ଷିକ ଅତି କମରେ ୬ ହଜାର କୋଟି ଟଙ୍କା ସଞ୍ଚୟ ହେବ ବୋଲି ରାଜ୍ୟସରକାର ଆଶା କରୁଛନ୍ତି । ଅନ୍ୟପଟେ ବ୍ରିଟେନ ଏବଂ ଆମେରିକା ଭଳି କେତେକ ଦେଶ ଦ୍ୱାରା ଏହି ଯୋଜନାଟି ପ୍ରଚଳିତ ହୋଇଛି । ଯେଉଁଠାରେ କର୍ମଚାରୀମାନେ ସେମାନଙ୍କର ମାସିକ ବେତନର ୭୦% ପର୍ଯ୍ୟନ୍ତ ଏକ ସୀମା ମଧ୍ୟରେ ତିନି ବର୍ଷର ଛୁଟି ପାଇପାରିବେ ।

ଆଉ ସବୁଠାରୁ ରୋଚକ କଥାଟି ହେଉଛି ଛୁଟି ସମୟରେ କର୍ମଚାରୀମାନେ ଯେକୌଣସି ସ୍ଥାନରେ କାମ କରିପାରିବେ ଏବଂ ବ୍ୟବସାୟ ଆରମ୍ଭ କରିପାରିବେ । ଏହା ସହ ଛୁଟି ସରିଲେ ସେମାନେ ସ୍ୱେଚ୍ଛାକୃତ ଭାବରେ ଅବସର ନେଇପାରିବେ । ତେବେ ଏସବୁ କରିବା ପଛର ମୂଳ କାରଣ କଣ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ । ଏନେଇ ଜଣେ ବରିଷ୍ଠ ଏମପିଙ୍କ କହିବା ଅନୁସାରେ, ରାଜ୍ୟ ୨.୫୩ ଲକ୍ଷ କୋଟି ଟଙ୍କା ରୁଣ ପରିଶୋଧ କରୁଛି । ତାହା ସାଙ୍ଗକୁ କୋଭିଡ-୧୯ ଫଳରେ ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ ପ୍ରତିକୂଳ ପ୍ରଭାବ ପକାଇଛି । ଯାହାଫଳରେ ରାଜସ୍ୱ ୩୦% ପର୍ଯ୍ୟନ୍ତ ହ୍ରାସ ପାଇଛି ।

ଅପରିପକ୍ଷେ ରାଜ୍ୟ ଅର୍ଥମନ୍ତ୍ରୀ ଜଗଦୀଶ ଦେଓଦା କହିଛନ୍ତି, ରଜସ୍ୱକୁ ବୃଦ୍ଧି କରିବା ପାଇଁ ଚିନ୍ତା କରାଯାଉଛି ଏବଂ କୋଭିଡ -୧୯ର ଆର୍ଥିକ ପ୍ରଭାବକୁ ମୁକାବିଲା କରିବା ପାଇଁ ବ୍ୟୟ ମଧ୍ୟ ହ୍ରାସ କରାଯାଉଛି । ଏହି ଯୋଜନା ଅନୁସାରେ , ଅନାବଶ୍ୟକ ବିଭାଗର କର୍ମଚାରୀମାନଙ୍କୁ ଅଧା ବେତନ ପ୍ରଦାନ ସହିତ ୩ ରୁ ୫ ବଷଁ ଛୁଟିର ଅନୁମତି ଦିଆଯିବ । ଏହା ସାଙ୍ଗକୁ ଛୁଟି ସମୟରେ ସେମାବେ ଅନ୍ୟତ୍ର କାମ କରିପାରିବେ କିମ୍ବା ବ୍ୟବସାୟ ଆରମ୍ଭ କରିପାରିବେ ।

ଏହି ସମୟରେ ସେମାନେ କୌଣସି ବୃଦ୍ଧି ଏବଂ ଅତିରିକ୍ତ ଭତ୍ତା ପାଇବେ ନାହିଁ । କିନ୍ତୁ ଏହି ଛୁଟି ଅବଧି ସେମାନଙ୍କ ସେବାକୁ ଭାଙ୍ଗିବ ନାହିଁ ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ଜଗଦୀଶ ଦେଓଦା କହିଛନ୍ତି । ଅନ୍ୟପଟେ ବିଭାଗୀୟ ଅନୁସନ୍ଧାନ ଅଧିନରେ ଥିବା କର୍ମଚାରୀମାନେ ଏହି ଯୋଜନା ପାଇପାରିବେ ନାହିଁ । ଏହା ଗୃହ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ରାଜସ୍ୱ ଭଳି ଅତ୍ୟାବଶ୍ୟକ ବିଭାଗ ପାଇଁ ମଧ୍ୟ ପ୍ରଯୁଜ୍ୟ ନୁହେଁ ବୋଲି ଅଧିକାରୀ କହିଛନ୍ତି । ଅନ୍ୟପଟେ ଏକ ଲକ୍ଷରୁ କମ ରୋଜଗାର କରୁଥିବା ବ୍ୟକ୍ତି ଏହି ଯୋଜନାକୁ ନେଇ ଉତ୍ସାହିତ ଅଛନ୍ତି ବୋଲି ଜଣେ ଅଧିକାରୀ କହିଛନ୍ତି । ତେବେ ଏହା ପ୍ରଥମଥର ପାଇଁ ଏଭଳି ଯୋଜନା କରାଯାଉ ନାହିଁ । ୨୦୦୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡିଭିଭିଜୟା ସିଂହ ସରକାରୀ ଖର୍ଚ୍ଚ ହ୍ରାସ କରିବା ପାଇଁ ସମାନ ଯୋଜନା ପ୍ରଣୟନ କରିଥିଲେ । କିନ୍ତୁ ୨୦୦୩ ମସିହାରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।

Related Posts