ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମଦ୍ୟପ କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ: ଆକ୍ରମଣରେ ଜଣେ ଅମିନ ଗୁରୁତର, ଜଣେ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜେନ ମଦ୍ୟପ କର୍ମଚାରୀ ଉନ୍ମତ୍ତକାଣ୍ଡ ଘଟାଇଛି । ଉକ୍ତ କର୍ମଚାରୀଙ୍କ ଆକ୍ରମଣରେ ଜଣେ ଅମିନ ଗୁରୁତର ହୋଇଛନ୍ତି ।

ଗୁରୁତର ଅମିନଙ୍କ ନାମ ଅନ୍ତର୍ଯ୍ୟାମୀ ନାୟକ ବୋଲି ଜଣାପଡ଼ିଛି । ଅନୁଗୁଳ ସୁକିନ୍ଦା ସ୍ବତନ୍ତ୍ର ଭୂ ଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏହି ଅଭାନୀୟ ଘଟଣା ଘଟିଛି । ଅଭିଯୁକ୍ତ କର୍ମଚାରୀ ଲିପୁନ ସ୍ବାଇଁଙ୍କୁ ଟାଉନ ଥାନାରେ ଅଟକ ରଖିଛି ପୋଲିସ୍‌ ।

Related Posts