ବାହାଘର ବେଳେ କାହିଁକି ବାଇଗଣ ଚାଷ, ୧୪ ମାସ ହେଲା କଣ କରୁଥିଲ ?-କେନ୍ଦ୍ରକୁ ମାଡ୍ରାସ ହାଇକୋର୍ଟଙ୍କ ତାଗିଦ

madrash

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ ସଂକ୍ରମିତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ତେବେ ଏନେଇ ମାଡ୍ରାସ ହାଇକୋର୍ଟ ମହାମାରୀ କରୋନାର ପରିଚାଳନା ସମ୍ପର୍କରେ କେନ୍ଦ୍ରର ପ୍ରସ୍ତୁତି ଉପରେ ପ୍ରଶ୍ନ କରିଥିଲେ ଏବଂ ଗତ ୧୪ ମାସ ଧରି କଣ କରୁଥିଲ ବୋଲି କେନ୍ଦ୍ରକୁ ପଚାରିଥିଲେ । ଏହା ସହ ଆମର ଗୋଟିଏ ବର୍ଷ ପୂର୍ଣ୍ଣ ହୋଇଥିଲେ ମଧ୍ୟ ଆମେ କେବଳ ଏପ୍ରିଲ ମାସରେ ହିଁ କାହିଁକି ଅଭିନୟ କରୁଛୁ । ଦ୍ୱିତୀୟ ତରଙ୍ଗ ଆସିବା ପୂର୍ବରୁ ଆମ ହାତରେ ଗୋଟିଏ ବର୍ଷ ସମୟ ଥିଲା ? ତେବେ ଏନେଇ ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଅତିରିକ୍ତ ସିଲିସିଟର ଜେନେରାଲ ଆର ଶଙ୍କରନାରାୟଣନଙ୍କୁ ପଚାରିଥିଲେ । ତେବେ ଗୋଟିଏ ବର୍ଷ ଲକଡାଉନ ହେବା ସତ୍ତେ ଆମେ ଏପରି ପରିସ୍ଥିତିକୁ କାହିଁକି ସାମ୍ନା କରୁଛୁ । ଏହାର ଜବାବରେ ଶଙ୍କରନାରାୟଣନ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଗୁଡିକ କହିଥିଲେ । ଅନ୍ୟପଟେ ମୋଦୀ ସରକାର କେଉଁ ବିଶେଷଜ୍ଞଙ୍କ ପରାମର୍ଶ ନେଉଛନ୍ତି ବୋଲି ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ପ୍ରଶ୍ନ କରିଥିଲେ । ଏହା ସହ ସେ କହିଛନ୍ତି, ଆମେ ଏଠାରେ ଯାହା ଦେଖୁଛୁ ତାହା ହେଉଛି । ଜୁନ ମାସରେ ଏହା ଭଲ ହେବାର ଅନୁମାନ କରାଯାଉଥିବା ବେଳେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ଆମକୁ ଯୋଜନାବଦ୍ଧ ଢଙ୍ଗରେ ଯିବାକୁ ପଡିବ ବୋଲି କହିଛନ୍ତି । ତାଙ୍କର ଏପରି ପ୍ରଶ୍ନରେ କାହାକୁ ଅସମ୍ମାନ କରିବାର ଉଦ୍ଦେଶ୍ୟ ନାହିଁ ବୋଲି ବାନାର୍ଜୀ ସ୍ପଷ୍ଟ କରିଛନ୍ତି । କରୋନା ଟୀକାର ମୂଲ୍ୟକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଥିଲେ । ସରକାରଙ୍କ କୋଇନ ପୋର୍ଟାଲ କ୍ରାସ ହେବା ଘଟଣା କହିବା ସହ ଏନେଇ ଆସନ୍ତା ଶୁକ୍ରବାର ଦିନ ମାମଲାରେ ବେଞ୍ଚ ଏହି ଦିଗଗୁଡିକୁ ସମାଧାନ କରିବ ବୋଲି ସେ କହିଛନ୍ତି । ଅନ୍ୟପଟେ ସ୍ୱାସ୍ଥ୍ୟ ସଙ୍କଟକୁ ମୁକାବିଲା କରିବାରେ କୌଣସି ବିଜ୍ଞାପନ ହୋଇପାରିବ ନାହିଁ ବୋଲି ପ୍ରଧାନ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ ସେଣ୍ଟିଲକୁମାର ରାମାମୋଏଟିର ଏକ ଡିଭିଜନ ବେଞ୍ଚକୁ କହିଛନ୍ତି ।

Related Posts