୪କି.ମିକୁ ଆମ୍ବୁଲାନ୍ସ ଭଡା ୧୦ ହଜାର ଟଙ୍କା, ଅରୁଣ ବୋଥ୍ରାଙ୍କ ଟ୍ୱିଟ ଭାଇରାଲ

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ ମହାମାରୀ କରୋନା ଅଣାୟତ୍ତ ହେବାରେ ଲାଗିଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିସ୍ଥଳେ ଭାଇାରାଲ ହେବାରେ ଲାଗିଛି ଆଇପିଏସ ଅରୁଣ ବୋଥ୍ରାଙ୍କ ଟ୍ୱିଟ । ତେବେ ସେ ଟ୍ୱିଟ କରିଥିବା ଏକ ପୋଷ୍ଟରେ ମାତ୍ର ଚାରି କି.ମି ପାଇଁ ଆମ୍ବୁଲାନ୍ସ ୧୦ ହଜାର ଟଙ୍କା ଭଡା ନେଇଥିବାର ଦେଖେଇଛନ୍ତି । ଏହା ସହ ଆମ୍ବୁଲାନ୍ସକୁ ଦିଆଯାଇଥିବା ବିଲର ଏକ ଚିତ୍ର ମଧ୍ୟ ସେୟାର କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି ଆଜି ବିଶ୍ୱ ଆମକୁ ଦେଖାଉଛି, କେବଳ ବିନାଶ ନୁହେଁ ଆମର ନୈତିକ ମୂଲ୍ୟବୋଧ ମଧ୍ୟ । ଦିଲ୍ଲୀରେ କରୋନା ସ୍ଥିତି ସଙ୍କଟାପୂର୍ଣ୍ଣ ଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି । ବୋଥ୍ରାଙ୍କର ଏହି ପୋଷ୍ଟଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସତରେ ଦିନକୁ ଦିନ ମୃତ୍ୟୁ ହାର ବଢିବାରେ ଲାଗିଥିଲା ବେଳେ ଏପରି ଘଟଣା ଅତ୍ୟନ୍ତ ଚିନ୍ତାଜନକ ।

Related Posts