ରାଜ୍ୟସଭାରେ ଶ୍ରମ ଅଧିକାର ସଂଶୋଧନ ବିଲ୨୦୧୯ ପାସ୍

ସତ୍ୟପାଠ ବ୍ୟୁରୋ : ଦେଶରେ ଶ୍ରମିକଙ୍କର ନ୍ୟୁନତମ ବେତନ ସୀମା ନିର୍ଦ୍ଧାରଣ କରିବା ଏବଂ ଶ୍ରମିକଙ୍କ ମଧ୍ୟରେ ଲିଙ୍ଗଗତ ଭେଦଭାବ ସମାପ୍ତ କରିବା ଶ୍ରମ ଅଧିକାର ସଂଶୋଧନ ବିଲ ୨୦୧୯କୁ ରାଜ୍ୟସଭାରେ ପାସ୍ କରାଯାଇଛି । ଏହି ବିଲ ପକ୍ଷରେ ୮୫ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୮ଟି ଭୋଟ ମିଳିଥିଲା । ଏଥିରେ ଶ୍ରମ ଆଇନକୁ ସମଯୋଜିତ କରି ଏକ ଆଇନ ପ୍ରଣୟନ କରିବା ଓ ବେତନ, ବନୋସ ସମ୍ବନ୍ଧିତ ମାମଲା ବିଷୟରେ ନିୟମ ସବୁ ରହିଛି ।

ଏହି ବିଲ ଆଧାରରେ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା ମିଳିବ । ବ୍ୟବସାୟକୁ ସୁଗମ କରାଯିବ । ଏହା ଦ୍ୱାରା ଦେଶର ୫୦ କୋଟି ଶ୍ରମିକ ଲାଭବାନ୍ ହେବେ । ତେବେ ଜୁଲାଇ ୩୦ରେ ଏହି ବିଲକୁ ଲୋକସଭାରେ ମଞ୍ଜୁରୀ ମିଳିଥିଲା । ଆଜି ରାଜ୍ୟସଭାରେ ଏହା ପୁଣି ଥରେ ବହୁ ମାତ୍ରାରେ ଭୋଟ ପାଇ ପାସ୍ ହୋଇଛି ।

Related Posts