ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଆରମ୍ଭ: ରାତି ୧୧ ପର୍ଯ୍ୟନ୍ତ ତିନିଠାକୁରଙ୍କ ସୁନାବେଶ ଦର୍ଶନ କରିପାରିବେ ଭକ୍ତ

ପୁରୀ : ସୁନାବେଶରେ ସଜେଇ ହେଲେ ମହାପ୍ରଭୁ । ଆରମ୍ଭ ହୋଇଛି ମହାପ୍ରଭୁଙ୍କ ସୁନାବେଶ । ନିର୍ଦ୍ଧାରିତ ସମୟ ପୂର୍ବରୁ ନୀତିକାନ୍ତି ଶେଷ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁନାବେଶରେ ସଜ୍ଜିତ କରାଯାଉଛି। ମହଣ ମହଣ ସୁନା କାନ୍ଧେଇ ପ୍ରଭୁଙ୍କ ସେବକମାନେ ରଥ ନିକଟକୁ ନେଇଥିଲେ।

ଭକ୍ତମାନେ ରାତି ୧୧ ପର୍ଯ୍ୟନ୍ତ ତିନିଠାକୁରଙ୍କ ସୁନାବେଶ ଦର୍ଶନ କରିପାରିବେ।

ଶୃଙ୍ଖଳିତ ଦର୍ଶନ ଓ ଟ୍ରାଫିକ୍‌ ବ୍ୟବସ୍ଥା ପରିଚାଳନା ପାଇଁ ବ୍ୟାପକ ବ୍ୟସ୍ଥା କରାଯାଇଛି। ତେବେ ସୁନାବେଶରେ ସେବାୟତମାନେ ରଥ ଉପରକୁ କ୍ୟାମେରା ନେବେ, କିନ୍ତୁ ଫଟୋ ଉଠାଇପାରିବେ ନାହିଁ। ଯଦି ଫଟୋ ଉଠାଇବେ ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Related Posts