ନର୍ମଦା ନଦୀରେ ଯାତ୍ରୀବାହୀ ବସ ଖସିପଡ଼ିବା ଘଟଣା, ମୃତକଙ୍କ ପରିବାରକୁ ୧୦ଲକ୍ଷ୍ୟ ଟଙ୍କା ସହାୟତା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମଧ୍ୟପ୍ରଦେଶରେ ଏକ ବଡ଼ ବସ ଦୁର୍ଘଟଣା ଘଟିଛି। ଧର ଜିଲାରେ ଏକ ଯାତ୍ରୀବାହୀ ବସ ଅସନ୍ତୁଳିତ ହୋଇ ନର୍ମଦା ନଦୀରେ ଖସିପଡିଛି। ଏହି ଦୁର୍ଘଟଣାରେ ସେହି ବସ ଡ୍ରାଇଭର ସମେତ ୧୩ ଜଣଙ୍କର ମତ୍ୟୁ ଘଟିଛି।

ସୂଚନାନୁସାରେ, ଖାଲଘାଟ ସଞ୍ଜୟ ସେତୁ ବ୍ରିଜରେ ଇନ୍ଦୋରରୁ ମହାରାଷ୍ଟ୍ର ଯାଉଥିବା ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଖସିପଡିଥିଲା।ଧାମନୋଡ ପୋଲିସ ଏବଂ ଖଲଟାକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନର୍ମଦା ନଦୀରେ ଏମଏସଆରଟିସି ବସ ଦୁର୍ଘଟଣାରେ ମୃତକଙ୍କ ସମ୍ପର୍କୀୟଙ୍କୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି।

Related Posts