ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ: ବିଜେବି, ମହର୍ଷି ଓ ଏକାମ୍ର କଲେଜରେ ଛାତ୍ର ଅଶାନ୍ତି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ଛାତ୍ରଛାତ୍ରୀଙ୍କ ବିରୋଧ । ସରକାର ପରୀକ୍ଷା ବାଧ୍ୟତାମୂଳକ କରିବା ପରେ ରାଜ୍ୟର ଅନେକ କଲେଜରେ ଜଳିଛି ପ୍ରତିବାଦର ନିଆଁ ।  ପ୍ରଥମ ବର୍ଷ ପରୀକ୍ଷାରେ ପାସ ନକଲେ ଛାତ୍ରଛାତ୍ରୀମାନେ ଏଣିକି ଆଉ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି କହିଥିଲେ ସରକାର । ଏହାକୁ ନେଇ ଅନେକ କଲେଜର ଛାତ୍ରଛାତ୍ରୀ ମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଅନେକ କଲେଜରେ ବର୍ତ୍ତମାନ ପର୍ଯ୍ୟନ୍ତ ପାଠ୍ୟକ୍ରମ ସରି ନଥିବାରୁ ଏତେ ଶୀଘ୍ର କିଭଳି ପରୀକ୍ଷା ପାଇଁ ପ୍ରସ୍ତୁତି ହେବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ  ।

 

ଗତ କିଛି ଦିନ ତଳେ ଏଭଳି ବ୍ୟବସ୍ଥାକୁ ବିରୋଧ କରି ବିଜେବି କଲେଜରେ ଛାତ୍ରଛାତ୍ରୀ ମାନେ ଆନ୍ଦୋଳକୁ ଓହ୍ଲାଇଥିବା ବେଳେ ଆଜି ପୁଣି ବିଜେବି କଲେଜ, ମହର୍ଷି କଲେଜ ଓ ଏକ୍ରାମ କଲେଜର ଛାତ୍ରଛାତ୍ରୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । କଲେଜ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିବା ସହ ସହ ଏଭଳି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବାକୁ ଦାବି ସେମାନେ ଦାବି କରିଛନ୍ତି ।

 

Related Posts