5-T ସାର୍ ଏହି ଖବର ଉପରେ ନଜର ପକାନ୍ତୁ

ପାଲଲହଡା: ଆଦିବାସୀ ଯୁବକ ବୁଧୁରାମ କୂଂକାଲ ଙ୍କ ମୃତ୍ୟୁ କୁ ନେଇ କ୍ଷତିପୂରଣ ଏବଂ ଦୋଷୀ ବନକର୍ମଚାରୀ ଙ୍କ  ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବି ରେ  ସୋମବାର ସ୍ଥାନୀୟ ଆଦିବାସୀ ମଞ୍ଚ  ପକ୍ଷରୁ ସ୍ଥାନୀୟ ଥାନା ଘେରାଉ କରାଯାଇଛି I  ଆଦିବାସୀ ନେତା ଲକ୍ଷ୍ମଣ ହେମ୍ବ୍ରମ ଏବଂ ଈଶ୍ବରଚନ୍ଦ୍ର ପିଙ୍ଗୁଆ ଓ ଚନ୍ଦ୍ର ମୋହନ ମୁଣ୍ଡୁରିଙ୍କ ନେତୃତ୍ୱ ରେ ଶହ ଶହ ଆଦିବାସୀ ପୁରୁଷ ଏବଂ ମହିଳା ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ଧରି ଏକ ଶୋଭାଯାତ୍ରା ରେ ଆସି ଥାନା ସମ୍ମୁଖ ରେ ଧାରଣା ରେ ବସିବା ସହ ମୃତ ବୁଧୁରାମ ଙ୍କ ପରିବାର କୁ 10ଲକ୍ଷ ଟଙ୍କା ର ସହାୟତା ଏବଂ ସ୍ତ୍ରୀ କୁ ସରକାରୀ ଚାକିରି ପ୍ରଦାନ ଏବଂ  ବୁଦ୍ଧୁରାମ ଙ୍କୁ ହତ୍ୟା କରିଥିବା ଫୋରେଷ୍ଟର ଏବଂ ବନକର୍ମଚାରୀ ଙ୍କୁ ତୁରନ୍ତ ଚାକିରି ରୁ ବାରଖIସ୍ତ ଦାବି  କରିଥିଲେ I ଏବଂ ଆଗାମୀ ଦିନରେ ଯଦି ସମସ୍ତ ଦାବି ପୁରାଣ ନକରାଯାଏ ତେବେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ମଞ୍ଚ କହିଛି I ସୁରକ୍ଷା ଦୃଷ୍ଟି ରୁ ପ୍ରଶାସନ ପକ୍ଷ ରୁ ଥାନା ସମୁଖ ରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା I

ପ୍ରକାଶ ଥାଉ କି ଗତ ଡିସେମ୍ବର ମାସରେ ପାଲଲହଡା ଥାନା ଅନ୍ତର୍ଗତ ବତିସୁଆଁ ପଂଚାୟତ ର ସୋଲଡI ଗ୍ରାମ ର ବୁଧୁରାମ କୂଂକାଲ  ସନ୍ଧ୍ୟା ସମୟରେ ନିଜ  ସ୍ତ୍ରୀ ପ୍ରମିଳା କୂଂକାଲ ସହିତ ଜାଳେଣି କାଠ ଆଣିବା ପାଇଁ ପାଖ ଜଙ୍ଗଲ କୁ ଯାଇଥିବାବେଳେ ପାଲଲହଡା ବନବିଭାଗ ର ଫୋରେଷ୍ଟର ଶ୍ରୀମତୀ ଭାରତୀ କପରଦାର ଏବଂ ଅନ୍ୟ ସହଯୋଗୀ ମାନେ କାଠ ଆଣୁଥିବା ଦେଖି ଏମାନଙ୍କ ପିଛା କରିଥିଲେ ଫଳ ରେ ଉଭୟେ ଭୟ ରେ ସେଠାରୁ ଦୋୖଡିଥଲେ ଏବଂ  ସ୍ତ୍ରୀ ପ୍ରମିଳା ଘରକୁ ଫେରିଆସିଥିଲେ କିନ୍ତୁ ସ୍ୱାମୀ ବୁଧୁରମ ଘରକୁ ଫେରିନଥିଲେ ଏବଂ ସକାଳୁ ବୁଧୁରମ ଙ୍କ  ମୃତ୍ୟୁ ହୋଇଥିବା ଏବଂ ତାଙ୍କ ମରଶରୀର ପାଲଲହଡା ଉପଖଣ୍ଡ ଚିକିତ୍ସାଳୟ ରେ ଥିବା ଖବର ପାଇଥିଲେ ବୁଦ୍ଧୁରାମ ଙ୍କ ମୁହରେ କ୍ଷତ ଚିହ୍ନ ଥିବାରୁ ବନବିଭାଗ ର କର୍ମଚାରୀ ମାନେ ଟଙ୍କା ପାଇଁ ସ୍ୱାମୀ କୁ ପିଟି ପିଟି ମାରିଦେଇଥିବା ପ୍ରମିଳା ପାଲଲହଡା ଥାନା ରେ ଲିଖିତ ଅଭିଯୋଗ କରିଥିଲେ I  ଅନ୍ୟପଟେ ସମାନ କଥା କୁ ଦୋହରାଇଛନ୍ତି ପାଲଲହଡା ରେଞ୍ଜର ବନବିଭାଗ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ କରୁଥିବାବେଳେ ବୁଧୁରମ ମୁର୍ମୁଶ ଅବସ୍ଥା ରେ ପଡିଥିବା ଦେଖି ମାନବିକତା ଦୃଷ୍ଟିକୋଣ ରୁ ନିଜ ଗାଡି ରେ ପାଲଲହଡା ଡାକ୍ତରଖାନା କୁ ଆଣିଥିଲେ ଏବଂ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଏବଂ ତାଙ୍କ ମୃତ୍ୟୁ ପାଇଁ ବନବିଭାଗ କୌଣସି ପ୍ରକାର ଦାୟୀ ନୁହେଁ ବୋଲି ରେଞ୍ଜର ଶ୍ରୀ ଜେରଇ କହିଛନ୍ତି I

Related Posts