
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ମହାତ୍ମା ଗାନ୍ଧୀଙ୍କ ଶେଷ ବ୍ୟକ୍ତିଗତ ସଚିବ ଭି କଲ୍ୟାଣମଙ୍କର ମଙ୍ଗଳବାର ଚେନ୍ନାଇ ଠାରେ ଦେହାନ୍ତ ଘଟିଛି। ଏ ନେଇ ତାଙ୍କ ଝିଅ ସୂଚନା ଦେଇଛନ୍ତି । ବୃଦ୍ଧାବସ୍ଥା ସମ୍ବନ୍ଧୀୟ ଅସୁସ୍ଥତା ହେତୁ କଲ୍ୟାଣମଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା। ତାଙ୍କ ସାନ ଝିଅ ନାଲିନି ପିଟିଆଇକୁ ଏହି ସୂଚନା ଦେଇଛନ୍ତି । ସେ 1943 ରୁ 1948 ପର୍ଯ୍ୟନ୍ତ ଗାନ୍ଧୀଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଯେତେବେଳେ ମହାତ୍ମାଙ୍କୁ ହତ୍ୟା କରାଯାଇଥିଲା । ଯେତେବେଳେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା ସେତେବେଳେ ସେ ‘ହେ ରାମ’ ଶବ୍ଦ ଉଚ୍ଚାରଣ କରିନଥିଲେ ବୋଲି କହି ସେତେବେଳେ ସେ ଦେଶବାସୀଙ୍କୁ ଚକିତ କରି ଦେଇଥିଲେ। କିନ୍ତୁ ପରେ ଏହି କଥାରୁ ଓହରି ଯାଇଥିଲେ। ସେ ଏହା ପୂର୍ବରୁ ପିଟିଆଇକୁ କହିଥିଲେ, “ମୁଁ କଦାପି ଗାନ୍ଧିଜୀ ‘ହେ ରାମ’ କହି ନାହିଁନ୍ତି ବୋଲି କହିନଥିଲି। ମୁଁ ଯାହା କହିଥିଲି ତାହା ମୁଁ ଶୁଣି ପାରି ନଥିଲି।” ସେ କହିଛନ୍ତି ଯେ , ଘଟଣା ସମୟରେ ଗଣ୍ଡଗୋଳ ହେତୁ ସେ କିଛି ଶୁଣିପାରିନଥିଲେ।