ଭୁବନେଶ୍ୱରରେ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ସ୍ୱତନ୍ତ୍ର ବିମାନ ରାଜକୋମଲ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ଓଡ଼ିଶାରେ ୨ଦିନ ରହବା କାର୍ଯ୍ୟକ୍ରମ ରହିଛି  । ଭୁବନେଶ୍ୱର ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତାକାଲି ବ୍ରହ୍ମପୁରସ୍ଥିତ ଗୋପାଳପୁର ଆର୍ମି ଏଡି କଲେଜର ପଚିଶ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଓଡ଼ିଶା ଭୁବନେଶ୍ୱର ବିମାନବନ୍ଦରରେ  ଆସି ପହଂଚିଛନ୍ତି । ସେ ଆଜି ଠାରୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସଛନ୍ତିି  । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୁବନେଶ୍ୱର ବିମାନମନ୍ଦରରେ ପହଂଚିବା ପରେ ତାଙ୍କୁ ସ୍ୱାଗତ କରାଯାଇଛି । ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ ସ୍ୱାଗତ କରିଛନ୍ତି । ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅନେକ ନେତା ମଧ୍ୟ ବିମାନବନ୍ଦରରେ ଉପସ୍ଥିତ ଅଛନ୍ତି । ଏଠାରୁ ସେ ସିଧାସଳଖ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ଯାତ୍ରା କରିବେ । ବ୍ରହ୍ମପୁରରେ ତାଙ୍କ ରାତ୍ରିଯାପନ ପାଇଁ ବ୍ୟବସ୍ଥା କରାଯାଇଛି । ଆସନ୍ତାକାଲି  ସକାଳେ ୮ଟା ୩୫ରୁ ପ୍ରାୟ ଏକ ଘଣ୍ଟା ଯାଏ ବ୍ରହ୍ମପୁର ଗୋଳାବନ୍ଧ ଆର୍ମି କଲେଜରେ ପଚିଶ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ଯୋଗ ଦେଇ ସେ ନିଜ ଦୀକ୍ଷାନ୍ତ ଅଭିଭାଷଣ ରଖିବେ ।

ଆର୍ମି ଏଡି କଲେଜର ଅନ୍ୟ କାର୍ଯ୍ୟକ୍ରମ ସହ ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି। ପୂର୍ବାହ୍ନ ୧୦ଟା ୫୫ ମିନିଟ୍‌ରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ରୁ ବାହାରି ଭୁବନେଶ୍ୱରରେ ପହଞ୍ଚିବେ। ମଧ୍ୟାହ୍ନ ଭୋଜନ ପରେ ରାଷ୍ଟ୍ରପତି ରାଞ୍ଚି ଅଭିମୁଖେ ଯାତ୍ରା କରିବେ। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରଠାରୁ ଆରମ୍ଭ କରି ଗୋପାଳପୁର ଯାଏଁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

Related Posts