
ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏହା ମଧ୍ୟରେ ୟୁପି ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପୂବର୍ବରୁ ପୂର୍ବତନ ଏସପି ସାଂସଦ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । କୌଶାଂବି ସିରାଥୁ ଆସନରେ ସମାଜବାଦୀ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପଲ୍ଲବୀ ପଟେଲଙ୍କୁ ସମର୍ଥନ କରିବାକୁ ଆସିଥିବା ଡିମ୍ପଲ୍ ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ପୋଷାକ ଉପରେ ବଡ଼ ବୟାନ ଦେଇଥିବାର ଦେଖବାକୁ ମିଳିଛି । ତେବେ ଲୁହାର କଳଙ୍କି ରଙ୍ଗର ଯୋଗୀ ଆଦିତ୍ୟନାଥ ପୋଷାକ ପରିଧାନ କରିଥାନ୍ତି । ସେପଟେ ୟୁପି ନିର୍ବାଚନରେ ପ୍ରଥମ ଥର ପାଇଁ ଏକ ଜନ ସମାବେଶକୁ ସମ୍ବୋଧିତ କରିବା ପାଇଁ ସିରାଥୁରେ ପହଞ୍ଚିଥିବା ଡିମ୍ପଲ୍ ଯାଦବ ସିଏମ୍ ଯୋଗୀଙ୍କୁ ପୋଷାକକୁ ନେଇ ଜନସାଧାରଣଙ୍କୁ ପଚାରିଥିଲେ ଯେ ଲୁହାରେ ଲାଗିଥିବା କଳିଙ୍କିର ରଙ୍ଗ କଣ ?
ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ତେଣୁ ଉ ତ୍ତରପ୍ରଦେଶବାସୀ ଏପରି କଳଙ୍କି ଲାଗିଯାଇଥିବା ସରକାରଙ୍କୁ ହଟାଇବା ପାଇଁ ଜନତା ସଂଘର୍ଷ କରୁଛନ୍ତି । ଏହା ସହ କଳଙ୍କିତ ଇଞ୍ଜିନ ହଟାଇବା ଆବଶ୍ୟକ । କଳଙ୍କିତ ଇଞ୍ଜିନ ହଟାଇବା ପାଇଁ ଲୋକମାନେ ଏହି ନିର୍ବାଚନରେ ଲଢ଼ୁଛନ୍ତି । ୟୁପିରେ ଆଇନ ଶୃଙ୍ଖଳା ଏବଂ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଡିମ୍ପଲ ଯାଦବ ବିଜେପି ସରକାର ଉପରେ ଆକ୍ରମଣ କରି କହିଛନ୍ତି ଯେ ବିଜେପି ଏସପିଙ୍କୁ ଗୁଣ୍ଡାମାନଙ୍କର ପେଣ୍ଠସ୍ଥଳି ବୋଲି କହି ଆସୁଛି । କିନ୍ତୁ ବିଜେପିର ମନ୍ତ୍ରୀମାନଙ୍କ ବିରୋଧରେ କେତେ ମାମଲା ରହିଛି ?
ୟୁପି ସିଏମ୍ ଏବଂ କେଶବ ପ୍ରସାଦ ମୌର୍ଯ୍ୟଙ୍କ ବିଷୟରେ ସେ କହିଛନ୍ତି ଯେ ଆପଣ ଏପରି ଜଣେ ସିଏମ୍ ଏବଂ ଡେପୁଟି ସିଏମିକୁ ଦେଖିଛନ୍ତି ଯେଉଁମାନେ ନିଜର ମାମଲା ହଟାଇ ଦେଇଛନ୍ତି। ହାଥ୍ରାସ୍ ଏବଂ ଉନ୍ନାଓ ବଳାତ୍କାର ଘଟଣା ସମ୍ପର୍କରେ ଡିମ୍ପଲ୍ କହିଛନ୍ତି ଯେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଯୋଗୀ ସରକାରଙ୍କ ଅପେକ୍ଷା ଅଖିଳେଶ ଯାଦବଙ୍କ ସରକାର ଭଲ। ସେ କହିଛନ୍ତି ଯେ ଯେଉଁମାନେ ଅନ୍ୟମାନଙ୍କୁ ଦୋଷ ଦିଅନ୍ତି, ସେମାନେ ପ୍ରଥମେ ନିଜ ଦୋଷ ଦେଖିବା ଉଚିତ ବୋଲି ଡିମ୍ପଲ ଯାଦବ କହିଛନ୍ତି ।