ନୂଆ କାର ନେଲା ଜୀବନ: ଘରକୁ କାର କିଣି ଫେରୁଥିବା ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ

ଉତ୍ତରପ୍ରଦେଶ:ଉତ୍ତପ୍ରଦେଶର ଦେବରିୟାରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଗାଁରୁ ୧କିଲୋମିଟର ଦୂରରେ ଦୁର୍ଘଟଣାର ଶିକାର ହୋଇ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । କାର୍ କିଣି ଘରକୁ ଫେରୁଥିବା ଯୁବକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଗାଡ଼ି ଚଳାଉଥିବା ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୩ଜଣ ସାଙ୍ଗ ଗୁରୁତର ଆହତ ହୋଇଛନ୍ତି। ମୃତକ ଜଣକ କୃଷ୍ଣା ବର୍ମା ବୋଲି ଜଣାପଡ଼ିଥିବା ବେଳେ ଘଟଣାଟି ଘଟିଛି । କୃଷ୍ଣା ସେକେଣ୍ଡ ହ୍ୟାଣ୍ଡ ସ୍ବିପ୍ଟ ଡିଜାୟାର କାର୍ କିଣି ଘରକୁ ଫେରୁଥିବା ବ‌େଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ, କୃଷ୍ଣାଙ୍କ ମୃତଦେହକୁ ଗ୍ୟାସ କଟର ସାହାଯ୍ୟରେ ବାହାରକୁ ଅଣାଯାଇଥିଲା।

ମିଳିଥିବା ସୂଚନା ମୁତାବକ, କରୁଅନା ଗ୍ରାମରେ ରହୁଥିବା କୃଷ୍ଣ ବର୍ମା (ବୟସ ୨୫ବର୍ଷ) ଜଣେ ସୁନା ଅଳଙ୍କାର ଦୋକାନୀ ଥିଲେ। ଶୁକ୍ରବାର ଦିନ ସେ ଗୋରଖପୁର ଜିଲ୍ଲାର ବାରହାଲଗଞ୍ଜକୁ ଏକ ସେକେଣ୍ଡ ହ୍ୟାଣ୍ଡ ସ୍ବିପ୍ଟ ଡିଜାୟାର କାର୍ କିଣିବାକୁ ଯାଇଥିଲେ। ରାତିରେ ସ୍ବିପ୍ଟ ଡିଜାୟାର କାର୍ କିଣିବା ପରେ ସେ ତାଙ୍କର ତିନି ବନ୍ଧୁ ବିକାଶ ସିଂ (ବୟସ ୨୮), ସମ୍ପର୍କୀୟ ଶୁଭମ ବର୍ମା (ବୟସ ୨୨) ଏବଂ ଛୋଟୁ ବର୍ମାଙ୍କ ସହ ଗାଁକୁ ଫେରୁଥିଲେ। ରାତି ପ୍ରାୟ ୮ଟାରେ ଦ୍ରୁତ ଗତିରେ ଥିବା କାରଟି ଏକ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଗଛରେ ପିଟି ହୋଇଯାଇଥିଲା। ଏହି ସମୟରେ ଗାଡ଼ି ଚଳାଉଥିଲେ କୃଷ୍ଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ କୃଷ୍ଣାଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଥିବା ତାଙ୍କର ୩ଜଣ ବନ୍ଧୁ ଏବେ ଚିକିିତ୍ସିତ ହେଉଛନ୍ତି ।

Related Posts