ମାଲାୟାଲମ୍ ଚଳଚ୍ଚିତ୍ର ଅଭିନେତା ଦୀପୁ ବାଲାକ୍ରିଷ୍ଣନଙ୍କର ମନ୍ଦିର ପୋଖରୀରେ ବୁଡି ମୃତ୍ୟୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମାଲାୟାଲମ୍ ଚଳଚ୍ଚିତ୍ର ଜଗତର ଜଣାଶୁଣା ସହକାରୀ ନିର୍ଦ୍ଦେଶକ ତଥା ଅଭିନେତା ଦୀପୁ ବାଲାକ୍ରିଷ୍ଣନ ଆଜି ଇରିଙ୍ଗାଲକ୍କୁଡାର କୁଡାଲ୍ ମାଣିକ୍ୟାମ୍ ମନ୍ଦିର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ୪୧ ବର୍ଷିୟ ଦୀପୁ ଆଜି ସକାଳ ପ୍ରାୟ ୫ ଟା ସମୟରେ ମନ୍ଦିର ପୋଖରୀରେ ଗାଧୋଇବା ପାଇଁ ଘରୁ ଆସିଥିଲେ। ତେବେ ଘରୁ ଆସିବାର ଦୀର୍ଘ ସମୟ ପରେ ମଧ୍ୟ ଦୀପୁ ଘରକୁ ଫେରି ନଥିଲେ।

ଏହାପରେ ତାଙ୍କୁ ଚାରିଆଡ଼େ ଖୋଜାଯାଇଥିଲା। ତେବେ ଦୀର୍ଘ ସମୟର ଖୋଜା ଖୋଜି ପରେ ମନ୍ଦିର ପୋଖରୀ ନିକଟରୁ ଦୀପୁଙ୍କ ପୋଷାକ ଏବଂ ଚପଲ ମିଳିଥିଲା। ପରେ ଅଗ୍ନିଶମ ବାହିନୀ ଏବଂ ଉଦ୍ଧାରକାରୀ ଦଳଙ୍କ ସହାୟତାରେ ପୋଖରୀ ମଧ୍ୟରେ ଖୋଜା ଯାଇଥିଲା ଓ ପୋଖରୀ ମଧ୍ୟରୁ ଦୀପୁଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦୀପୁ ବାଲାକ୍ରିଷ୍ଣନ ମାଲାୟାଲମ୍ ଚଳଚ୍ଚିତ୍ର ଉରୁମ୍ବୁକାଲ ଉରୁଙ୍ଗିଲା ଓ ପ୍ରେମ ସୂଥରାମରେ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି। ଉରୁମ୍ବୁକାଲ ଉରୁଙ୍ଗିଲା ଚଳଚ୍ଚିତ୍ରରେ ସେ ଅଭିନୟ ମଧ୍ୟ କରିଥିଲେ।

Related Posts