
ବାଲିଗୁଡ଼ା: କନ୍ଧମାଳ–କଳାହାଣ୍ଡି ଜିଲ୍ଲାର ସୀମାନ୍ତ ସିନ୍ଧି ଜଙ୍ଗଲରେ ମୁହାଁମୁହିଁ ହେଲେ ପୁଲିସ–ମାଓବାଦୀ । କେକେବିଏନ ମାଓ କ୍ୟାମ୍ପ ଥିବା ପୁଲିସ ସୂଚନା ପାଇବା ପରେ ଆଜି ସକାଳୁ କନ୍ଧମାଳ ଏସପି ଭିନିତ ଅଗ୍ରୱାଲଙ୍କ ନିର୍ଦ୍ଦେଶ କ୍ରମେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।
ଦୀର୍ଘ ସମୟ ପରେ ଏସଓଜି–ମାଓବାଦୀ ମଧ୍ୟରେ ମୁହାଁମୁହିଁ ହୋଇଥିଲା ଏହା ପରେ ଦୀର୍ଘ ସମୟ ଗୁଳିବିନିମୟ ଜାରି ରହିଥିଲା। ପରେ ଜଣେ ମହିଳା ମାଓବାଦୀ ମୃତ ହୋଇଥିବା ଜଣାପଡ଼ିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପୁଲିସକୁ ସାମ୍ନା କରି ନ ପାରଇ ପ୍ରାୟ ୨୦ ଜଣ ନକ୍ସଲ ଖସି ଯାଇଛନ୍ତି। ମୃତ ମହିଳା ମାଓବାଦୀଙ୍କ ପରିଚୟ ମିଳି ପାରି ନାହିଁ।