ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ବିଜୟ ବାବୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମାଲାୟାଲମ ଚଳଚ୍ଚିତ୍ର ନିର୍ମାତା ବିଜୟ ବାବୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ତେବେ ସିନେମାରେ ରୋଲ୍ ଦେବାକୁ କହି ଅଭିନେତ୍ରୀଙ୍କ ସହିତ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି ଜଣେ ଅଭିନେତ୍ରୀ।
ଏପଟେ ବିଜୟ ବାବୁ ଅଭିଯୋଗକୁ ଖଣ୍ଡନ କରିବା ସହିତ ଅଭିଯୋଗକାରିଣୀ ମିଛ କହୁଛନ୍ତି। ଉକ୍ତ ମହିଳାଙ୍କ ବିରୋଧରେ ସେ ମଧ୍ୟ ଆଇନ୍ର ଲଢ଼େଇ ଲଢ଼ିବେ ବୋଲି ବିଜୟ ବାବୁ କହିଛନ୍ତି। କଥିତ ପୀଡ଼ିତା ମହିଳା ଏପ୍ରିଲ ୨୨ ତାରିଖରେ ବିଜୟଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ। ବିଜୟ ତାଙ୍କୁ ଶାରିରୀକ ନିର୍ୟାତନା ଦେବା ସହିତ ମାର୍ଚ୍ଚ ୧୩ ତାରିଖରୁ ୧୪ ଏପ୍ରିଲ ୨୦୨୨ ପର୍ୟ୍ୟନ୍ତ ତାଙ୍କର ଯୌନ ଶୋଷଣ କରିଥିଲେ ବୋଲି ମହିଳା ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ପୀଡ଼ିତା ‘ଓମେନ୍ ଏଗେଁଷ୍ଟ ହାରାସମେଣ୍ଟ’ ନାଁରେ ଥିବା ଏକ ଫେସ୍ବୁକ୍ ଗ୍ରୁପ୍ରେ ପୋଷ୍ଟ କରିବା ସହିତ ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଭଲ ସୁଯୋଗ ଦେବାକୁ କହି ବିଜୟ ବାବୁ ଅନେକ ଥର ତାଙ୍କୁ ତାଙ୍କର ଆପାର୍ଟମେଣ୍ଟକୁ ଡାକି ନିର୍ୟାତନା ଦେଇଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପୀଡ଼ିତା। ଏହାପରେ ବିଜୟଙ୍କ ବିରୋଧରେ ଦୁଷ୍କର୍ମ ଓ ଶାରିରୀକ ନିର୍ୟାତନା ଅଭିଯୋଗରେ ମାମଲା ରୁଜୁ ହୋଇଛି। ତେବେ ପୁଲିସ ବିଜୟଙ୍କୁ ଏନେଇ ଏପର୍ୟ୍ୟନ୍ତ ପଚରାଉଚରା କରି ନାହିଁ ବୋଲି ସୂଚନା ମିଳିଛି।

ଅଭିନେତ୍ରୀ ତାଙ୍କ ଫେସ୍ବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ ସେ ବିଜୟଙ୍କୁ ଏଇ କିଛି ବର୍ଷ ହେଲା ଜାଣିଲେ। ପ୍ରଥମେ ବିଜୟ ତାଙ୍କର ଜଣେ ଭଲ ବନ୍ଧୁ ଭାବେ ବିଶ୍ୱାସ ଜିତିଲେ। ସମସ୍ତ ବ୍ୟକ୍ତିଗତ ଓ ପେଷଗାତ ଜୀବନକୁ ନେଇ ତାଙ୍କୁ ଗାଇଡ୍ କଲେ। ତା ସହିତ ଯୌନ ଶୋଷଣ ବି କଲେ। ଯେତେବେଳେ ପୀଡ଼ିତା ଯୌନ ସମ୍ପର୍କର ରଖିବାକୁ ମନା କରିଥୁଲେ ସେତେବେଳେ ବିଜୟ ତାଙ୍କୁ ଆକ୍ରମଣ କରୁଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି। ଏମିତିକି ବିଜୟ ତାଙ୍କର ନଗ୍ନ ଭିଡିଓ ରେକର୍ଡିଂ କରି ତାଙ୍କୁ ବାରମ୍ବାର ସେକ୍ସ ପାଇଁ ବାଧ୍ୟ କରୁଥିଲେ। ନହେଲେ ଭିଡିଓ ଭାଇରାଲ୍ କରିବାକୁ ଧମକାଉଥିଲେ ବୋଲି ଅଭିନେତ୍ରୀ ଅଭିଯୋଗ ଆଣିଛନ୍ତି। ଏପଟେ ବିଜୟ କିନ୍ତୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏପ୍ରିଲ ୨୬ ତାରିଖରେ ସେ ଫସ୍ବୁକ୍ରେ ଲାଇଭ ଆସି ବିଜୟ କହିଛନ୍ତି ଯେ ଜଣେ ମହିଳା ତାଙ୍କୁ ନିର୍ୟାତନା ଦେଉଛନ୍ତି ଓ ସେ ହି ପ୍ରକୃତ ପୀଡ଼ିତ। ଏଥିସହିତ ସେ ଅଭିନେତ୍ରୀଙ୍କୁ ନାଁ ବି ଉଲ୍ଲେଖ କରିଥିଲେ। ସେ ତାଙ୍କ ଫେସ୍ବୁକ୍ରେ ଲାଇଭ୍ରେ କହିଥିଲେ “ମୁଁ କିଛି ଭୁଲ୍ କରି ନାହିଁ। ମୁଁ ପ୍ରକୃତରେ ପୀଡ଼ିତ। ଦେଶର ଆଇନ ତାଙ୍କୁ ସୁରକ୍ଷା ଦେଉଛି, ସେ ବର୍ତ୍ତମାନ ଭଲରେ ଥିବା ବେଳେ ମୁଁ ଅଯଥା ଯନ୍ତ୍ରଣା ଭୋଗୁଛି।

ମୁଁ ତାଙ୍କୁ ଏମିତି ସହଜରେ ଛାଡ଼ିଦେବିନି। ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବି। ମୋ ପାଖରେ ଯାହା ପ୍ରମାଣ ଅଛି ସବୁ ଶେୟାର କରିପାରିବି। କିନ୍ତୁ ମୁଁ ଏହା କରିବାକୁ ଚାହୁଁ ନାହିଁ କାରଣ ମୁଁ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବାକୁ ଚାହୁଁନାହିଁ। ମୁଁ ମୋ ପତ୍ନୀ, ମୋ ମାଆ, ଭଉଣୀ ଓ ସାଙ୍ଗମାନଙ୍କ ପାଖରେ ଉତ୍ତରଦାୟୀ। ତେବେ ମୁଁ ଏହାକୁ ଏମିତି ଏକ ଛୋଟ ନ୍ୟୁଜ୍ କରି ରହିଯିବାକୁ ଦେବିନି। ବିଜୟ ବାବୁର କୌଣସି ଦୋଷ ନାହିଁ।” ତେବେ ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି “ସେ ରୋଲ୍ ପାଇବା ପାଇଁ ଅଡିଶନ ପାଇଁ ଆସିଥିଲେ। ଏହାପରେ ଡିସେମ୍ବର ମାର୍ଚ୍ଚ ୨୦୨୧ ପର୍ୟ୍ୟନ୍ତ ସେ ମୋତେ ମେସେଜ୍ କରି ଚାପରେ ରହୁଥିବା କହୁଥିଲେ। ମୁଁ ତାଙ୍କର ସମସ୍ତ ମେସେଜ୍ ରଖିଛି। ସେ ଯାହା ଅଭିଯୋଗ ଲଗାଇଛନ୍ତି ତାର ୪୦୦ ସ୍କ୍ରିନ୍ଶଟ୍ ରଖିଛି। ସେ ନେଇ ମୋ ପାଖରେ ସମସ୍ତ ରେକର୍ଡ ରହିଛି।”

Related Posts