ଜାମ୍ମୁ କାଶ୍ମୀରରେ ଜଳ ବିଦ୍ୟୁତ ପ୍ରକଳ୍ପକୁ ମିଳିଲା ଅନୁମତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ କାଶ୍ମୀରରେ ଜଳ ବିଦ୍ୟୁତ ପ୍ରକଳ୍ପକୁ ମିଳିଲା ଅନୁମତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି କ୍ୟାବିନେଟ ଜାମ୍ମୁ କାଶ୍ମୀରରେ ଜଳ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ ପ୍ରସ୍ତାବକୁ ଅନୁମତି ଦେଇଛନ୍ତି। ଜାମ୍ମୁକାଶ୍ମୀରରେ ଚିନାବ ନଦୀରେ ୫୪୦ ମେଗାୱାଟର ଜଳ ବିଦ୍ୟୁତ ପ୍ରକଳ୍ପ ତିଆରି ହେବ। ଏହି ପ୍ରକଳ୍ପରେ ମୋଟ ୨୩ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ହେବା ଦ୍ୱାରା ସ୍ଥାନୀୟ ଲୋକମାନେ ମଧ୍ୟ ରୋଜଗାର ପାଇବେ। ଏହାଛଡ଼ା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରମନ୍ତ୍ରୀ କହିଛନ୍ତି କ୍ୟାବିନେଟ ବୈଠକରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ୍ ବ୍ୟାଙ୍କ ପାଇଁ ମଧ୍ୟ ୮୨୦ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ ଭେଣ୍ଡର ଆତ୍ମ ନିର୍ଭର ନିଧି (ପିଏମ ସ୍ୱନିଧି) ଯୋଜନାକୁ ଏବେ ୨୦୨୪ ଡିସେମ୍ବର ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଛି। ସୂଚନାଥାଉକି, ସରକାର ଷ୍ଟ୍ରିଟ ଭେଣ୍ଡରମାନଙ୍କୁ ୭ ପ୍ରତିଶତ ରିହାତିରେ ଋଣ ଦେଉଛନ୍ତି। ସେ କହିଛନ୍ତି ଭେଣ୍ତିଙ୍ଗ ଜୋନକୁ ବଢ଼ାଇ ୫ହଜାର ୮୦୦ ରୁ ଏବେ ୧୦ହଜାର ୫୦୦ କରି ଦିଆଯାଇଛି। ଆମର ଲକ୍ଷ ହେଉଛି ୨୦୨୪ ପର୍ୟ୍ୟନ୍ତ ୪୦ ଲକ୍ଷ ଭେଣ୍ଡରଙ୍କ ପାଖରେ ଲାଭ ପହଞ୍ଚୁ। ସ୍ୱନିଧି ସମୃଦ୍ଧି ଯୋଜନା ଅଧୀନରେ ଏବେ ସୁଦ୍ଧା ୧୬.୦୭ ଲକ୍ଷ ହିତାଧିକାରୀମାନଙ୍କୁ ଲାଭ ମିଳୁଛି। ଏ ଖବର ସାମ୍ନାକୁ ଆସବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts