କୁକୁଡ଼ା ଲଢେ଼ଇ ବେଳେ ମାଡି ବସିଲା ମାଲକାନଗିରି ଆଦର୍ଶ ଥାନା ପୋଲିସ: ୪ ଅଭିଯୁକ୍ତ ସହ ଜୁଆ ଟଙ୍କା ଜବତ

ମାଲକାନାଗିରି : ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି କୁକୁଡ଼ା ଲଢେଇ । ଏନେଇ ଗାଲୀରେ ଜୁଆ ଖେଳି ଦୁଇ ଗଞ୍ଜା କୁକୁଡାଙ୍କ ସହ ଚାରି ଜଣ ଜୁଆଡିଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ଆଦିବାସି ଅଧ୍ୟୁଷିତ ସଦର ଥାନା ଅନ୍ତର୍ଗତ ଦୁମାଲିଗୁଡା ଗାଁରେ ବୁଧବାର କୁକୁଡ଼ା ଲଢେଇ ହେଉଥିଲା। ଏଥିରେ ଜୁଆଡିମାନେ ଅଧିକ ଟଙ୍କା ମଧ୍ୟ ଲଗାଇଥିଲେ। କୁକୁଡାଙ୍କ ଗୋଡ଼ରେ ଛୁରି ବାନ୍ଧି ଲଢେଇ କରା ଯାଉଥିଲା।

ଆଉ କୁକୁଡା ଗାଲିରେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ବାଜି ଲାଗୁଥିଲା। ଏହି ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସ ଦୁମାଲିଗୁଡା ଗାଁର ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏମାନଙ୍କ ପାଖରୁ ୨ ଟି ଲଢୁଆ ଗଞ୍ଜା କୁକୁଡା ସହ ୧୦ ଟି କୁକୁଡ଼ା ଗୋଡ଼ ଛୁରୀ ଓ ୪ ହଜାର ଟଙ୍କା ପୋଲିସ ଜବତ କରିଛି। ଅଧିକ ପଚରା ଉଚରା କରିବା ପରେ ସମସ୍ତ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଆଦର୍ଶ ଥାନା ଅଧିକାରୀ କହିଛନ୍ତି

Related Posts