କଂଗ୍ରେସ ଶୂନ୍ୟ ନେହେରୁ ଭବନ

(ସତ୍ୟପାଠ ବ୍ୟୁରୋ): ନେହେରୁ ଭବନରୁ ବାଦ ପଡ଼ିଲେ କଂଗ୍ରେସ ନେତା । ଅତି ଚତୁରତାର ସହ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ସୋସାଇଟିର ପୁନର୍ଗଠନ କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ, ଜୟରାମ ରମେଶ, ଏବଂ କର୍ଣ୍ଣ ସିଂହଙ୍କଠାରୁ ସୋସାଇଟିର ସଦସ୍ୟତା ଛଡେଇ ନିଆଯାଇଛି । ତାଙ୍କ ସ୍ଥାନରେ ବରିଷ୍ଠ ସାମ୍ୱାଦିକ ରଜତ ଶର୍ମା, ବିଜେପି ନେତା ଅନିର୍ବାନ ଗାଙ୍ଗୁଲି ଏବଂ ଗୀତିକାର ପ୍ରସୁନ ଜୋଶୀଙ୍କୁ ପ୍ୟାନେଲରେ ସାମିଲ ହୋଇଛନ୍ତି ।  । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ଏହାକୁ ବିରୋଧ କରିବା ସହ ପ୍ରତିଟି କାମରେ ସରକାର ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି । ଗତ ମଙ୍ଗଳବାର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସାଇଟିର ଅଧ୍ୟକ୍ଷ ଏବଂ ରାଜନାଥ ସିଂହ ଏହାର ଉପାଧ୍ୟକ୍ଷ ରହିବେ । ଏହା ସହ କେନ୍ଦ୍ର ସରକାର ନେହେରୁ ମେମୋରିଆଲ ମ୍ୟୁଜିଅମ ଏବଂ ସୋସାଇଟିକୁ ଏନଏମଏମଏଲ ମେମୋରିଆଲ ଅଫ ଆସୋସିଅସନ ଏବଂ ସୋସାଇଟି ରୁଲ୍ସ ଆଣ୍ଡ ରେଗୁଲେସନର ନିୟମ 3 ଅନୁସାରେ ପୁନର୍ଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ସୋସାଇଟିରେ ପ୍ରଧାନମନ୍ତ୍ରୀ ଏବଂ ରକ୍ଷାମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ, ପରିବେଷ ମନ୍ତ୍ରୀ ପ୍ରକାଶ ଜାଭଡେକର, ବିଦେଶ ରାଜ୍ୟମନ୍ତ୍ରୀ ବି.ମୁରଳୀଧରଣ, ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ, ଆଇସିସିଆରର ଅଧ୍ୟ ବିନୟ ସହସ୍ରବୃଦ୍ଧେ ଏବଂ ପ୍ରସାର ଭାରତୀର ଚେୟାରମ୍ୟାନ ଏ ସୂର୍ଯ୍ୟ ପ୍ରକାଶଙ୍କୁ ସାମିଲ କରାଯାଇଛି । ଏମାନେ ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସୋସାଇଟିର ସଦସ୍ୟ ହୋଇ ରହିବେ ।

ନେହେରୁ ମେମୋରିଆଲକୁ ପ୍ରଧାନମନ୍ତ୍ରୀମାନଙ୍କ ମ୍ୟୁଜିଅମ କରିବାକୁ ଚାହୁଁଛନ୍ତି ସରକାର । ଗତ ବର୍ଷ ସରକାର ନେହେରୁ ମେମୋରିଆଲକୁ ସେଣ୍ଟର ଅଫ ରିସର୍ଚ୍ଚ କରିବା ନେଇ ନିଷ୍ପତ୍ତି ନେଇଥିଲେ । ଯୋଜନା ଅନୁସାରେ ଏହାକୁ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ସ୍ମୃତିରେ ମ୍ୟୁଜିଅମ କରାଯିବ । ଗତ ବର୍ଷ ବିଜେପି ନେତା ତଥା ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ମେହଶ ଶର୍ମା ଏହାର ଭୂମି ପୂଜନ କରିଥିଲେ । ସାମ୍ୱାଦିକ ଅର୍ଣ୍ଣବ ଗୋସ୍ୱାମୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ରାମ ବାହାଦୂର ରାୟଙ୍କୁ ଗତବର୍ଷ ପ୍ୟାନେଲରେ ସାମିଲ କରିଥିଲେ ସରକାର ।

Related Posts