କୋଭିଡରେ ମମତା ବାନାର୍ଜୀଙ୍କ ସାନଭାଇଙ୍କ ମୃତ୍ୟୁ

mamata banrjee

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ଏପରିସ୍ଥିତିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସାନଭାଇ ଅସୀମ ବନ୍ଦପାଧ୍ୟାୟଙ୍କ କରୋନାରେ ମୃତ୍ୟୁ ଘଟିଛି । ଏନେଇ ହସ୍ପିଟାଲର ସୁପର ସ୍ପେଶାଲିଷ୍ଟ ଚେୟାରମ୍ୟାନ ଡକ୍ଟର ଆଲୋକ ରାୟ ସୂଚନା ଦେଇଛନ୍ତି । ତେବେ ଗତ କିଛିଦିନରୁ ସେ କରୋନାରେ ସଂକ୍ରମିତ ହୋଇ ହୋମକ୍ୱାରାଣ୍ଟାଇନରେ ଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲାରେ ଭର୍ତ୍ତି କରାଯାଇଥିଲା । ଧିରେ ଧିରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରେ ଲାଗିଥିଲା । ଡାକ୍ତରମାନଙ୍କର ଦୀର୍ଘ ଚେଷ୍ଟା ସତ୍ତ୍ୱେ ଆଜି ସକାଳେ ସେ ମୃତ୍ୟୁବରଣ କରଇଛନ୍ତି । ସମସ୍ତ କୋଭିଡ ନିୟମକୁ ପାଳନ କରି ତାଙ୍କ ଶେଷକୃତ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗରେ ୨୦,୮୪୬ ନୂଆଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛି । ଅନ୍ୟପଟେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାରା ରାଜ୍ୟରେ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲଗଡାଉନ ଘୋଷଣା କରାଯାଇଛି । ଲକଡାଉନ ସମୟରେ ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅଫିସ ବନ୍ଦ ରହିବ । କେବଳ ଜରୁରୀ ସେବା କରୁଥିବା ଅଫିସ ଗୁଡିକ ଖୋଲା ରହିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

Related Posts