କରୋନା ମୁକାବିଲା ପାଇଁ ଖୁବଶୀଘ୍ର ଡିଆରଡିଓ ଯୋଗାଇବ ୧୦ ହଜାର ୨-ଡିଜି ଔଷଧ

drdo

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି । ପ୍ରତ୍ୟେକ ଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଅନେକ ଲୋକ ଅକ୍ସିଜେନ ଅଭାବରୁ ମୃତ୍ୟୁବରଣ କରୁଛନ୍ତି । ଏପରିସ୍ଥିତିରେ ଡିଆରଡିଓ ପକ୍ଷରୁ ବିକଶିତ କରାଯାଇଥିବା ନୂଆ ଔଷଧ ୨-ଡିଜିକୁ ସରକାର ଜରୁରୀକାଳୀନ ସ୍ଥିତିରେ ପ୍ରୟୋଗ କରିବା ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହାକୁ ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆ ମଧ୍ୟ ମଞ୍ଜୁରୀ ପ୍ରଦାନ କରିସାରିଛି । ଯାହାଫଳରେ କିଛିଦିନ ମଧ୍ୟରେ ଡିଆରଡିଓ ଏହାର ୧୦ ହଜାର ଡୋଜ ଭାରତ ସରକାରଙ୍କୁ ଯୋଗାଇ ଦେବ ବୋଲି ସୂଚନା ମିଳିଛି । ତେବେ ଏହି ଔଷଧକୁ ଡିଆରଡିଓ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ଆଲାଏଡ ସାଇନ୍ସ ଏବଂ ହାଇଦ୍ରାବାଦର ସେଣ୍ଟର ଫର ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଛି । ସାରା ଦେଶରେ ଅକ୍ସିଜେନର ସଙ୍କଟ ଦେଖାଦେଉଥିଲା ବେଳେ ଏହି ଔଷଧର ପ୍ରୟୋଗ ଦ୍ୱାରା କରୋନା ଆକ୍ରାନ୍ତଙ୍କ ପାଇଁ ଅକ୍ସିଜେନ ଉପରେ ନିର୍ଭରଶୀଳତା କମ ରହିବ । ଏହା ସହ କରୋନା ଆକ୍ରାନ୍ତ ଥିବା ବ୍ୟକ୍ତିମାନେ ଖୁବ ଶୀଘ୍ର ଆରୋଗ୍ୟ ଲାଭ କରିପାରିବେ ବୋଲି ଡିଆରଡିଓ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅନ୍ୟପଟେ ୨-ଡିଜିର ଉତ୍ପାଦନ ଦାୟିତ୍ୱ ହାଇଦ୍ରାବାଦସ୍ଥିତ ଡ.ରେଡ୍ଡୀ ଲାବୋରେଟୋରୀଜ ଦ୍ୱାରା କରାଯାଉଛି ।

Related Posts