ନନ୍ଦିଗ୍ରାମରେ ପୁନଃ ଗଣତି ଦାବିକୁ ନିର୍ବାଚନ ଆୟୋଗଙ୍କ ପ୍ରତ୍ୟାଖାନ: କୋର୍ଟକୁ ଯିବେ ଦିଦି

mamata banrjee

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ପଶ୍ଚିମବଙ୍ଗ ନିର୍ବାଚନରେ ଲଗାତାର ତୃତୀୟଥର ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି । ତେବେ ନିଜ ନିର୍ବାଚିନ ମଣ୍ଡଳୀ ନନ୍ଦିଗ୍ରାମରୁ ମମତା ପରାଜୟ ବରଣ କରିଛନ୍ତି । ଏବଂ ନନ୍ଦିଗ୍ରାମରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଜିତିଛନ୍ତି । ମମତା ନିଜର ନିର୍ବାଚନ ମଣ୍ଡଳୀର ପରାଜୟକୁ ସହଜରେ ହଜମ କରିପାରୁ ନାହାଁନ୍ତି । ଏ ନେଇ ନିର୍ବାଚନ ଆୟୋଗ ପାଖରେ ପୁନଃ ଭୋଟ ଗଣତି ପାଇଁ ଦାବି କରିଥିଲେ । କିନ୍ତୁ ଆୟୋଗ ମମତାଙ୍କ ଦାବିକୁ ପ୍ରତ୍ୟାଖାନ କରିଥିଲା । ତେବେ ଏ ନେଇ ମମତା ବାନାର୍ଜୀ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ସୂଚନା ମିଳିଛି । ସବୁଠାରୁ ରୋଚକ କଥାଟି ହେଉଛି ନନ୍ଦିଗ୍ରାମରୁ ପ୍ରଥମେ ମମତା ବାନାର୍ଜୀଙ୍କୁ ନନ୍ଦିଗ୍ରାମ ନିର୍ବାଚନମଣ୍ଡଳୀରୁ ବିଜେତା ଘୋଷଣା କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ବିଜେପିର ପ୍ରତିଦ୍ୱନ୍ଦୀ ସୁଭେନ୍ଦୁ ଆଦିକାରୀଙ୍କୁ ବିଜେତା ଘୋଷଣା କରାଯାଇଛି । ଏହାର ପ୍ରତିକ୍ରିୟା ରଖି ମମତା ବାନାର୍ଜୀ କହିଛନ୍ତି, ନନ୍ଦିଗ୍ରାମ ଲୋକମାନେ ଯାହା ଚାହିଁନ୍ତି ତାହା ଦିଅନ୍ତୁ ମୁଁ ଏହାକୁ ଗ୍ରହଣ କରେ । ନନ୍ଦିଗ୍ରାମ ଏକ ବଳିଦାନ ଥିଲା ଯାହା ବୃହତ ବିଜୟରେ ଆବଶ୍ୟକ ଥିଲା । ଆମେ ରାଜ୍ୟ ଜିତିଛୁ । ଏହା ସହ ଯାହା ବି ଘଟିଛି ତାହା ଉତ୍ତମ ଅଟେ । ମୋତେ ବର୍ତ୍ତମାନ ସେତେ ନିୟମିତ ଯିବାକୁ ପଡିବ ନାହିଁ, ମୋତେ ସେହି ଉପାୟରେ ଉଦ୍ଧାର କରାଯାଇଛି । କିନ୍ତୁ ମୁଁ କୋର୍ଟକୁ ଯିବି କାରଣ ମୁଁ ଶୁଣିଛି ଯେ ସେଠାରେ କିଛି ଭୁଲ ଅଛି । ଅନ୍ୟପଟେ ୨୦୧୧ ମସିହାରେ ମମତା ନନ୍ଦିଗ୍ରାମରୁ ପ୍ରଥମଥର ନିର୍ବାଚିତ ହୋଇ କ୍ଷମତାକୁ ଆସିଥିଲେ ।

Related Posts