କାହିଁକି ଭାରତୀୟ ମୁଦ୍ରା ର ମୂଲ୍ୟ ହ୍ରାସ ପାଉଛି ? ମୋଦିଙ୍କ ପୁରୁଣା ଭିଡ଼ିଓ ଦେଖାଇ ସରକାର ଙ୍କୁ ଟାର୍ଗେଟ କଲେ କେସିଆର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ମୁଦ୍ରା ର ସର୍ବକାଳୀନ ମୂଲ୍ୟ ହ୍ରାସ ପ୍ରସଙ୍ଗ ରେ ସାମ୍ନା କୁ ଆସିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। କେସିଆର ରବିବାର ଏକ ସାମ୍ବାଦିକ ସମ୍ମିଳନୀ ରେ ମୋଦୀଙ୍କର ଏକ ପୁରୁଣା ଭିଡ଼ିଓ କ୍ଲିପ୍ ଦେଖାଇ ଥିଲେ ଯେଉଁ କ୍ଲିପ୍ ରେ ମୋଦି ମୁଦ୍ରା ର ମୂଲ୍ୟ ହ୍ରାସ ନେଇ ତତ୍କାଳୀନ କଂଗ୍ରେସ ସରକାର ଙ୍କୁ ପ୍ରଶ୍ନ କରୁଥିଲେ। କେସିଆର୍ କହିଛନ୍ତି ପ୍ରଧାନମନ୍ତ୍ରୀ ମହାଶୟ ଆପଣ ଯେଉଁ ପ୍ରଶ୍ନ ପଚାରୁଥିଲେ ସମାନ ପ୍ରଶ୍ନ ଏବେ ଆମେ ଏବେ ଆପଣକୁ ପଚାରୁଛୁ। ନେପାଲ, ବାଂଲାଦେଶ ଭଳି ଦେଶ ରେ ମୁଦ୍ରା ର ମୂଲ୍ୟ ହ୍ରାସ ପାଇନାହିଁ ତେବେ ଭାରତୀୟ ମୁଦ୍ରା କାହିଁକି ହ୍ରାସ ପାଉଛି ? ଦେଶ ଏହାର ଉତ୍ତର ଆଶା କରୁଛି ଓ ସରକାର ଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ ବୋଲି କେସିଆର କହିଛନ୍ତି। କେସିଆର ଏହା ମଧ୍ୟ କହିଛନ୍ତି ଯେ ମୋଦି ସରକାର ଗଣତନ୍ତ୍ର ରେ ବିଶ୍ୱାସ କରେ ନାହିଁ। ଦେଶରେ ସରକାର ଏକଛତ୍ରବାଦ ଶାସନ ଚଳାଇଛନ୍ତି।

ତେବେ ଭାରତୀୟ ମୁଦ୍ରା ଆମେରିକୀୟ ଡଲାର ତୁଳନା ରେ ଶୁକ୍ରବାର ୭ ପଇସା ହ୍ରାସ ପାଇଛି ଏହା ପରେ ଡଲାର ତୁଳନା ରେ ଭାରତୀୟ ଟଙ୍କା ର ମୂଲ୍ୟ ୭୯.୨୬ ରେ ପହଞ୍ଚିଛି। ଏହା ଡଲାର ତୁଳନା ରେ ଭାରତୀୟ ମୁଦ୍ରା ର ସର୍ବକାଳୀନ ହ୍ରାସ।

Related Posts