କାଳୀ ବିବାଦ ନେଇ ସରଗରମ ପଶ୍ଚିମବଙ୍ଗ ରାଜନୀତି, ବିଜେପି ନିଜ ମୁହଁରେ ନିଜେ କାଳି ବୋଳୁଛି : ବାବୁଲ ସୁପ୍ରିୟୋ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପଶ୍ଚିମବଙ୍ଗ ରେ ମା କାଳୀଙ୍କୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ଉଭୟ ବିରୋଧୀ ଓ ସରକାର ଏହି ଘଟଣା ରେ ମୁହାଁ ମୁହିଁ ହୋଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତା ବାବୁଲ ସୁପ୍ରିୟୋ ଏହି ମାମଲା ରେ ବିଜେପି କୁ ଟାର୍ଗେଟ କରି କହିଛନ୍ତି, ବିଜେପି ନିଜ ମୁହଁରେ ନିଜେ କାଳି ବୋଳୁଛି। ବିଜେପି ବଙ୍ଗାଳୀ ମାନଙ୍କୁ ମୂର୍ଖ ଭାବୁଛି। ବାବୁଲ ଟୁଇଟ କରି ବିଜେପି କୁ ଏପରି ସମାଲୋଚନା କରିଛନ୍ତି। ତେବେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କିଛି ହିନ୍ଦୁ ପୂଜାରୀ ମାନଙ୍କୁ ନେଇ ରାଜଭବନରେ ରାଜ୍ୟପାଳ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଏହି ଦାବିପତ୍ରରେ ମା କାଳୀଙ୍କ ପ୍ରତି ଯିଏ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ରାଜ୍ୟପାଳ ଜଗଦିପ ଧନକର ମଧ୍ୟ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଶୁଭେନ୍ଦୁ ରାଜ୍ୟପାଳଙ୍କୁ ଭେଟିବା ପାରେ ବାବୁଲଙ୍କର ଏହି ଟୁଇଟ୍ ଆସିଛି।ତେବେ ପଶ୍ଚିମବଙ୍ଗ ରାଜନୀତି ରେ ଏବେ ମା କାଳୀ ଙ୍କ ବିବାଦ ଏବେ ସର୍ବାଗ୍ରେ ଅଛି। ବିଜେପିର ବିଭିନ୍ନ ସଭା ସମିତିରେ କାଳୀ ଙ୍କ ପୋଷ୍ଟର ଲଗାଯାଉଛି । ମା କାଳୀଙ୍କୁ ରାଜନୀତିରେ ବିଜେପିର ବ୍ୟବହାର କରିବାକୁ ଶାସକ ତୃଣମୂଳ କଂଗ୍ରେସ୍ ତରଫରୁ ବିରୋଧ କରାଯାଇଛି।

Related Posts