“ମମତା ଜୀ ବେଙ୍ଗଲବାସୀ ଆପଣଙ୍କ ଆତଙ୍କରୁ ମୁକ୍ତି ଚାହୁଁଛନ୍ତି” : ଜେ ପି ନଡ୍ଡା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର ; ବିଜେପି ରଷ୍ଟ୍ରିୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ରବିବାର ପଶ୍ଚିମବଙ୍ଗର ଏକ ନିର୍ବାଚନୀ ରାଲିକୁ ଭିଡିଓ କନଫରେନ୍ସ ଜରିଆରେ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି , “ବଙ୍ଗଳାର ଲୋକ ଆଉ ଭୟଭୀତ ହେବେ ନାହିଁ । ସେମାନେ ତୁମ ଅତ୍ୟାଚାରରୁ ମୁକ୍ତି ଚାହୁଁଛନ୍ତି । ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟ ମତଦାନରେ ସେମାନେ ନିର୍ଣ୍ଣାୟକ ଲେଢଇ ଲଢିବାକୁ ଯାଉଛନ୍ତି । ସେମାନେ ଆଗକୁ ପଦ୍ମ ଚିହ୍ନରେ ଭୋଟ ଦେବେ ।” ଅପରପେକ୍ଷ ମହାମାରୀ ପରିଚାଳନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ଯୋଗନଦେବାକୁ ନେଇ ସେ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ଅଧ୍ୟକ୍ଷ କହିଛନ୍ତି, ” ମମତା ବାନାର୍ଜୀ କହୁଛନ୍ତି କରୋନା ମହାମାରୀ ସଠିକ୍ ଭାବେ ପରିଚାଳନା ହେଉ ନାହିଁ । ମୁଁ ପଚାରିବାକୁ ଚାହେଁ ଯେ , “କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ସେ କାହିଁକି ଯୋଗଦେଲେ ନାହିଁ । ଆପଣକୁ କିଏ ବାଧା ଦେଇଥିଲା ? ଆପଣଙ୍କର ଅହଙ୍କାର କଣ ଆପଣକୁ ଅଟକାଇଥିଲା କି ? କେବଳ ଗୋଟିଏ କାରଣ କେବଳ ତୁମର ଅହଙ୍କାର ପଶ୍ଚିମବଙ୍ଗ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ବାଧା ସୃଷ୍ଟି କରିଛି ।” ବିଜେପି ସଭାପତି ଜେପି ନାଡ୍ଡା କହିଛନ୍ତି ଯେ ଟିଏମସି ସରକାର କେନ୍ଦ୍ରୀୟ ଏଜେନ୍ସିମାନଙ୍କୁ ଅପରାଧ ରେକର୍ଡ ହସ୍ତାନ୍ତର କରୁ ନାହାନ୍ତି । ନାଡା କହିଛନ୍ତି ଯେ,” ସେ ବଙ୍ଗଳାବାସୀଙ୍କ ପ୍ରତି କିପରି ବ୍ୟବହାର କରୁଛନ୍ତି ତାହା ବିଶ୍ୱକୁ ଜଣାଇବାକୁ ଚାହୁଁ ନାହାନ୍ତି । ” ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କୁ ଅତ୍ୟାଚାର ମାମଲା, ମାନବ ଚାଲାଣ, ମାଂସ କାରବାର ଏବଂ ଘରୋଇ ହିଂସା ମାମଲା ପଶ୍ଚିମବଙ୍ଗରେ ବୃଦ୍ଧି ପାଉଛି। ସୂଚନାଯୋଗ୍ୟ , କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଗୁରୁବାର ଦିନ ପଶ୍ଚିମବଙ୍ଗରେ ପଦଯାତ୍ରା ଓ ରୋଡ୍ ସୋ ଉପରେ ନିର୍ବାଚନ କମିଶନ ରୋକ୍ ଲଗାଇଛନ୍ତି। ଆଠ ପର୍ଯ୍ୟାୟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୬ ଟି ପର୍ଯ୍ୟାୟ ପାଇଁ ମତଦାନ ଶେଷ ହୋଇସାରିଛି। ସପ୍ତମ ଏବଂ ଅଷ୍ଟମ ପର୍ଯ୍ୟାୟ ପାଇଁ ମତଦାନ ଯଥାକ୍ରମେ 26 ଏପ୍ରିଲ ଏବଂ 29 ଏପ୍ରିଲରେ ଅନୁଷ୍ଠିତ ହେବ। ମେ ୨ ରେ ଫଳାଫଳ ପ୍ରକାଶ ପାଇବ।

Related Posts