
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ପାକିସ୍ତାନର ପୁଣି T 20ରେ ନୂଆ ରେକର୍ଡ। ପାକିସ୍ତାନୀ ଅଧିନାୟକ ବାବର ଆଜାମ ଟି-ଟ୍ୱେଣ୍ଟିରେ ଦ୍ରୁତତମ ୨,୦୦୦ ରନ କରିବାରେ ରେକର୍ଡ ଭାଙ୍ଗି ଇତିହାସ ସୃଷ୍ଟି କରିଛନ୍ତି। ଆଜାମ ମାତ୍ର ୫୨ ଟି ଇନିଂସରୁ ଏହି ଚମତ୍କାର ପ୍ରଦର୍ଶନ ହାସଲ କରିପାରିଛନ୍ତି। ଏହା ପୂର୍ବରୁ ବିରାଟ କୋହଲି ମାତ୍ର ୫୬ ଟି ଇନିଂସ ଖେଳି ଏହି ସ୍ଥାନ ବଜାୟ ରଖିଥିଲେ। ୨୦୦୦ ରନ ହାସଲ କରିବାରେ ଆଜାମ ତୃତୀୟ ପାକିସ୍ତାନୀ ଅଟନ୍ତି। ଆଗରୁ ଶୋଏବ ମଲିକ ଏବଂ ମହମ୍ମଦ ହାଫିଜ ଅନ୍ୟ ଦୁଇଜଣ ଯିଏ ୨୦୦୦ ଟି-ଟ୍ୱେଣ୍ଟି ସ୍କୋର କରି ପାରିଥିଲେ। T20 ରେ୨୦୦୦ ରନ କ୍ଲବରେ ସାମିଲ ହେବାରେ ବାବର ଆଜାମ ୧୧ତମ ସ୍ଥାନ ହାସଲ କରିଛନ୍ତି। ଏହି ତାଲିକାରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ (୬୨) ଏବଂ ନ୍ୟୁଜିଲ୍ୟାଣ୍ଡର ବ୍ରେଣ୍ଡନ ମ୍ୟାକକୁଲମ (୬୬) ଏବଂ ମାର୍ଟିନ ଗୁପ୍ତିଲ (୬୮) ମ୍ୟାଚ ଖେଳି ଏହି କ୍ଲବରେ ସମିଲି ହୋଇଛନ୍ତି। ଟି-୨୦ରେ କୋହଲି ସମୁଦାୟ ୩,୧୫୯ ରନ କରିଥିବା ବେଳେ ଆଜାମ ଏପର୍ଯ୍ୟନ୍ତ ୨,୦୩୫ ରନ୍ ସହ ୧୧ ତମ ସ୍ଥାନରେ ଅଛନ୍ତି।ଏହି ସପ୍ତାହରେ ବାବର ଆଜାମ T20 ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଫିଞ୍ଚକୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଇଂଲଣ୍ଡର ଡେଭିଡ ମାଲାନ ୪୮ ପଏଣ୍ଟ ବ୍ୟବଧାନରେ ୧ ନମ୍ବର ସ୍ଥାନରେ ରହିଛନ୍ତି।