ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ବଦଲା ନେଲେ ମମତା ସାରକାର ? ବଡିଗାର୍ଡ ଆତ୍ମହତ୍ୟା ମାମଲାରେ ପୁଣି ହେବ ତଦନ୍ତ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ନିଜର ସିକ୍ୟୁରିଟି ଗାର୍ଡଙ୍କୁ ଆତ୍ମହତ୍ୟା ପାଇଁ ଚାପ ପକାଇଥିବା ଅଭିଯୋଗରେ ଏବେ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ଅଡୁଆ ବଢୁଛି। ପୁଣି ଥରେ ଏହି ମାମଲାର ଯାଞ୍ଚ କରିବାକୁ ଯାଉଛି ବେଙ୍ଗଲ ପୁଲିସ। ୨୦୧୮ ମସିହାରେ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ସିକ୍ୟୁରିଟି ଗାର୍ଡ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପୋଲିସ ଏହି ମାମଲାରେ ପୁଣି ତଦନ୍ତ କରିବ। ତେବେ ଏହି ଯାଞ୍ଚ୍ ଏମିତି ଏକ ସମୟରେ ହେବାକୁ ଯାଉଛି ଯେତେବେଳ ଟିଏମସି ନେତାଙ୍କ ପଛରେ କେନ୍ଦ୍ରୀୟ ଏଜେନ୍ସି ପଡିଥିବା ବେଳେ ଏବେ ବେଙ୍ଗଲ ବିଧାନସଭାରେ ବିରୋଧୀ ଦଳର ନେତା ତଥା ବିଜେପି ନେତାଙ୍କ ପୁରୁଣା ମାମଲାର ଯାଞ୍ଚ କରିବ ପଶ୍ଚିମବଙ୍ଗ ପୋଲିସ। 

       ଏହି ମାମଲା ହେଉଛି ୨୦୧୮ ମସିହାର ସେତେବେଳେ ସୁଭେନ୍ଦୁ ମମତା ସରକାରରେ ମନ୍ତ୍ରୀ ଥିଲେ। ବର୍ତ୍ତମାନ ଶୁଭେନ୍ଦୁ ଅଧିକାରୀ ଟିଏମସି ଛାଡି ବିଜେପିରେ ସାମିଲ୍ ହୋଇଛନ୍ତି। ଆଉ ଟିଏମସି ବିପୁଳ ଜନାଦେଶ ସହ ଶାସନ କ୍ଷମତାକୁ ଫେରିଛି। ମାମଲାର ତଦନ୍ତ ଆରମ୍ଭ କରିବା ପଛରେ ବେଙ୍ଗଲ ପୋଲିସର କହିବା କଥା ହେଉଛି ଯେ ସେମାନେ ଏହି ମାମଲାର ଅନ୍ୟାନ୍ୟ ଦିଗ ପ୍ରତି ଅନୁସନ୍ଧାନ କରିବାକୁ ଚାହୁଁଛନ୍ତି। 

        ଶୁଭେନ୍ଦୁଙ୍କ ସିକ୍ୟୁରିଟି ଗାର୍ଡ ଥିବା ସୁବ୍ରତ ୧୩ ଅକ୍ଟୋବର ୨୦୧୮ରେ ନିଜ ଭଡାଘରେ ଗୁଳିମାରି ଆତ୍ମହତ୍ୟା କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ଦୁଇଦିନ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଅଭିଯୁକ୍ତ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସେତେବେଳେ ଟିଏମସିରେ ଥିଲେ ଓ ମମତା ବାନାର୍ଜୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ତାଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ସୁବ୍ରତଙ୍କୁ ଆତ୍ମହତ୍ୟା କରିବାକୁ ଚାପ ପକାଇଥିଲେ। ନିକଟରେ ସୁବ୍ରତଙ୍କ ପତ୍ନୀ ଏହି ମାମଲାର ତଦନ୍ତ ପାଇଁ ଦାବି କରିଥିଲେ।

 ଏହି ସମୟରେ, ବିଜେପି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିବା ମୁକୁଲ ରୟ ଟିଏମସିକୁ ଫେରିଛନ୍ତି। ବିଧାନସଭା ବାଚସ୍ପତି ତାଙ୍କୁ ପବ୍ଲିକ ଆକାଉଣ୍ଟସ କମିଟିର ସଭାପତି ଭାବରେ ନିଯୁକ୍ତ କରିଛନ୍ତି। ବାଚସ୍ପତିଙ୍କ ଏହି ନିଷ୍ପତ୍ତି ବିରୋଧରେ ବିରୋଧୀ ଦଳ ନେତା ସୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପି ବିଧାୟକମାନେ ବିଧାନସଭାରୁ ୱାକ୍ ଆଉଟ୍ କରିଥିଲେ ଏବଂ ଘୋଷଣା କରିଛନ୍ତି ଯେ ବର୍ତ୍ତମାନଠାରୁ ବିଜେପି ସଦସ୍ୟମାନେ ଗୃହର କୌଣସି କମିଟିର ଅଧ୍ୟକ୍ଷ ହେବେ ନାହିଁ।

        ରୟ ବିଜେପି ଟିକେଟ୍ ରେ ନିର୍ବାଚନ ଲଢି ଜିତିଥିଲେ। କିନ୍ତୁ ଟିଏମସିରେ ସାମିଲ ହେବା ପରେ ବିଜେପି ତାଙ୍କୁ ଅନେକ ଥର କହିବା ସତ୍ତ୍ଵେ ସେ ବିଧାନସଭାରୁ ଇସ୍ତଫା ଦେଇନାହାଁନ୍ତି। ରୟ ଜୁନ୍ ମାସରେ PAC ର 20 ଜଣ ସଦସ୍ୟଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିଲେ।  294 ସଦସ୍ୟ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ 41 ଟି କମିଟି ଅଛି ଏବଂ PAC ଗୃହର ଆକାଉଣ୍ଟ ସେକ୍ସନର ତଦାରଖ କରିଥାଏ। 

    ଗୃହରେ ଫାଇନାନ୍ସ ବିଲ୍ ଏବଂ ଆପ୍ରୋପ୍ରାଇଜେସନ୍ ବିଲ୍ ପାରିତ ହେବା ପରେ PAC ମୁଖ୍ୟଙ୍କ ନିଯୁକ୍ତି ଘୋଷଣା କରାଯାଇଥିଲା। ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ସାଧାରଣତଃ ଜଣେ ବିରୋଧୀ ଦଳର ବିଧାୟକ ନିୟମ ଅନୁଯାୟୀ PAC ର ସଭାପତି ଭାବରେ ନିର୍ବାଚିତ ହୁଅନ୍ତି, କିନ୍ତୁ ରୟଙ୍କୁ ଅଧ୍ୟକ୍ଷ କରିବା ପାଇଁ ଟିଏମସି ଏହି ନିୟମର ଅପବ୍ୟବହାର କରିଛି।

     ଆମେ PAC ରେ ୬ ଜଣ ବିଧାୟକଙ୍କୁ ପ୍ରସ୍ତାବ ଦେଇଥିଲୁ।  ବିଜେପି କେବେ ମୁକୁଲ ରୟଙ୍କ ନାମ ସୁପାରିଶ କରିନଥିଲା।  ସେ ସର୍ବସାଧାରଣରେ ଟିଏମସିରେ ଯୋଗ ଦେଇଛନ୍ତି, ତଥାପି ସେ ନିୟମର ଉଲ୍ଲଘଂନ କରି PAC ସଭାପତି ଭାବରେ ନିଯୁକ୍ତ ହୋଇଥିଲେ। ଏହି ସରକାର ଗଣତନ୍ତ୍ରରେ ବିଶ୍ୱାସ କରନ୍ତି ନାହିଁ ବୋଲି ଅଧିକାରୀ ଅଭିଯୋଗ କରିଛନ୍ତି। 

Related Posts