ଟ୍ରେନ୍ ଦୁର୍ଘଟଣା ମୃତ୍ୟୁସଂଖ୍ୟାକୁ ନେଇ ଘଟଣାସ୍ଥଳରେ ମମତା-ବୈଷ୍ଣବ କଥା କଟାକଟି

ଭୁବନେଶ୍ୱର,୩/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ଵର ବାହାନଗାଠାରେ ପହଞ୍ଚି ରେଳ ଦୁର୍ଘଟଣା ସ୍ଥିତି ଅନୁଧ୍ୟାନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହାପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ମୃତ୍ୟୁସଂଖ୍ୟାକୁ ନେଇ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ଗୋଟେପଟେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ଏବଂ ମୃତ୍ୟୁସଂଖ୍ୟା ୨୬୧ରେ ପହଞ୍ଚିଛି ବୋଲି ଦକ୍ଷିଣ ପୂର୍ବ ରେଲୱେ ସୂଚନା ଦେଇଥିବାବେଳେ ଏହାକୁ ଅଗ୍ରାହ୍ୟ କରିଛନ୍ତି ମମତା ବାନାର୍ଜୀ ।

ବରଂ ଏଯାଏଁ ଆହୁରି ଉଦ୍ଧାର କାର୍ଯ୍ୟ ବାକି ଅଛି । ଆହୁରି ୩ଟି ବଗିରେ ଉଦ୍ଧାର କାର୍ଯ୍ୟ ହୋଇନାହିଁ । ତେଣୁ ମୃତ୍ୟୁ ସଂଖ୍ୟା ସଠିକ୍ ତଥ୍ୟ ଦେବାକୁ ଘଟଣାସ୍ଥଳରେ ଅଶ୍ୱିନୀଙ୍କୁ କହିଛନ୍ତି ମମତା । ଏହାବ୍ୟତୀତ ରେଲୱେ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ସରକାର ସମ୍ପୂର୍ଣ୍ଣ ଉତ୍ତରଦାୟୀ ରହିବା ଉଚିତ ବୋଲି କହିଛନ୍ତି ମମତା ।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ମଧ୍ୟରୁ ଏବେଯାଏଁ ୧୨ଜଣ ବଙ୍ଗୀୟ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି । ତେବେ ମୃତକଙ୍କ ମଧ୍ୟରେ ୬୦ ପ୍ରତିଶତ ବଙ୍ଗୀୟ ଯାତ୍ରୀ ଥିବା ଅନୁମାନ କରିଛନ୍ତି ମମତା ।

Related Posts