ଆସନ୍ତାକାଲି ଶପଥ ନେବେ ମମତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଆସନ୍ତା କାଲି ତୃତୀୟ ଥର ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣତି ଶେଷ ହେବାର ଗୋଟିଏ ଦିନ ପରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ପାର୍ଥ ଚାଟାର୍ଜୀ ଏହି ଘୋଷଣା କରିଛନ୍ତି। ପାର୍ଥ ଚାଟାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି, ମମତା ବାନାର୍ଜୀଙ୍କ ଶପଥ ଗ୍ରହଣ ପରେ ପ୍ରୋଟେମ୍ ସ୍ପିକର ଭାବେ ବିମାନ ବନ୍ଦୋପାଧ୍ୟାୟ ନବନିର୍ବାଚିତ ବିଧାୟକଙ୍କ ଶପଥ ପାଠ କରାଇବେ । ନିର୍ବାଚନ ଆୟୋଗଙ୍କ ଦ୍ବାରା ଘୋଷିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ ଟିଏମସି 292 ବିଧାନସଭା ଆସନ ମଧ୍ୟରୁ 213 ଟି ଆସନରେ ବିଜୟ ହାସଲ କରିଛି। ଭାରତୀୟ ଜନତା ପାର୍ଟି 77 ଟି ସିଟ୍ ପାଇଥିବାବେଳେ ରାଷ୍ଟ୍ରିୟ ସେଲୁଲାର ମଜଲିସ୍ ପାର୍ଟିର ପ୍ରତୀକ ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଆଇଏସ୍ଏଫ୍ ଗୋଟିଏ ସିଟ୍ ରେ ବିଜୟ ହାସଲ କରିଛି। ଯଦିଓ ବାନାର୍ଜୀଙ୍କୁ କ୍ଷମତାରୁ ହଟାଇବା ପାଇଁ ବିଜେପି ଉଦ୍ୟମରେ ବିଫଳ ହୋଇଛି, ତଥାପି ପ୍ରଥମ ଥର ପାଇଁ ବିଜେପି ରାଜ୍ୟ ବିଧାନସଭାରେ ମୁଖ୍ୟ ବିରୋଧୀ ଦଳ ହେବ। ଦଶନ୍ଧି ଧରି ରାଜ୍ୟକୁ ଶାସନ କରୁଥିବା ବାମପନ୍ଥୀ ଏବଂ କଂଗ୍ରେସର ଏଥର କୌଣସି ପ୍ରତିନିଧି ରହିବେ ନାହିଁ । କୋଭିଡ ଦୃଷ୍ଟିରୁ ଦିଦି କୌଣସି ଆଡମ୍ବରପୂର୍ଣ୍ଣ ଆୟୋଜନ କରିବେ ନାହିଁ । ଶପଥ ଗ୍ରହଣ ଉତ୍ସବକୁ ଅତି ସାଧାରଣ ଭାବେ ପାଳନ କରିବେ ବୋଲି ସୂଚନା ମିଳିଛି। 

Related Posts