କୋଟା ର ଇଞ୍ଜିନିୟରିଂ, ମେଡ଼ିକାଲ କୋଚିଂ ଇନଷ୍ଟିଚ୍ୟୁଟ ବଂଶଲ୍ କ୍ଲାସ୍ ର ଚେୟାରମ୍ୟାନଙ୍କ ମୃତ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଟା କୋଚିଂ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ବିନୋଦ କୁମାର ବଂଶଲଙ୍କ ଦେହାନ୍ତ ହୋଇଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ସୋମବାର ସକାଳେ ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି ବୋଲି ତାଙ୍କ ପୁଅ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ  71 ବର୍ଷ ହୋଇଥିଲା। ବଂଶଲ୍ କ୍ଲାସ୍ ର ଚେୟାରମ୍ୟାନ ମସ୍କୁଲାର ଡିଷ୍ଟ୍ରୋଫି ସମେତ ଏକାଧିକ ରୋଗରେ ପୀଡିତ ଥିଲେ ବୋଲି ତାଙ୍କ ପୁଅ ସମୀର ବଂଶଲ କହିଛନ୍ତି । ସେ COVID-19 ପରୀକ୍ଷା ମଧ୍ୟ କରିଥିଲେ, କିନ୍ତୁ ଚାରି ଦିନ ପୂର୍ବରୁ ତାଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଲୋକସଭା ବାଚସ୍ପତି ଓମ ବିର୍ଲା ବଂଶଲଙ୍କ ମୃତ୍ୟୁରେ ସମବେଦନା ଜଣାଇଛନ୍ତି । କୋଟା – ବୁଣ୍ଡିର ସାଂସଦ ଥିବା ଟୁଇଟ୍ କରି କହିଛନ୍ତି,  “ବଂଶଲ୍ କ୍ଲାସ୍ ନିର୍ଦ୍ଦେଶକ ଭି.କେ ବଂଶଲ ଜୀଙ୍କର ଦେହାନ୍ତ ହେବା ସମଗ୍ର ଏକାଡେମିକ୍ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ସେ ନିଜ ଜୀବନକୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ତଥା ପ୍ରଗତି ପାଇଁ ଉତ୍ସର୍ଗ କରିଥିଲେ। ତାଙ୍କ ଦ୍ବାରା ଶିକ୍ଷିତ ହଜାର ହଜାର ଛାତ୍ର ଭାରତକୁ ଗର୍ବିତ କରୁଛନ୍ତି। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ । “

ସମୀର କହିଛନ୍ତି ଯେ ସେ ସୋମବାର ସକାଳ ପ୍ରାୟ 3.30 ସମୟରେ ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଗତ 15 ଦିନ ଧରି ବଂଶଲ ସେଠାରେ ଚିକିତ୍ସିତ ହେଉଥିଲେ। ସେ କହିଛନ୍ତି ଯେ ମସ୍କୁଲାର ଡିଷ୍ଟ୍ରୋଫି କାରଣରୁ  ତାଙ୍କର ଫୁସଫୁସ ନଷ୍ଟ ହୋଇଯାଇଥିଲା ଏବଂ COVID-19 ସଂକ୍ରମଣ ତାଙ୍କ ଅବସ୍ଥାକୁ ଆହୁରି ଖରାପ କରିଦେଇଥିଲା। ତାଙ୍କ ମୃତ୍ୟୁରେ ସମବେଦନା ଜଣାଇ ଆଲେନ୍ କ୍ୟାରିଅର୍ ଇନଷ୍ଟିଚ୍ୟୁଟ୍ ନିର୍ଦ୍ଦେଶକ ନବୀନ ମହେଶ୍ୱରୀ କହିଛନ୍ତି ଯେ ଭି କେ ବଂଶଲ ଜଣେ ମହାନ ଗଣିତଜ୍ଞ ଏବଂ କୋଟାରେ କୋଚିଂ କ୍ଲାସର ପ୍ରତିଷ୍ଠାତା ଏବଂ ତାଙ୍କ ମୃତ୍ୟୁରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ପୂରଣ କରିବା କଷ୍ଟକର। 

Related Posts