ଶୋଇଥିବା ବେଳେ ଲାଗିଲା ନିଆଁ, ଘର ସହ ଜଳିଗଲେ ଯୁବକ

ସତ୍ୟପାଠ ବ୍ୟୁରୋ : ଶୋଇଥିବା ଅବସ୍ଥାରେ ନିଆଁ ଲାଗି ଘର ସହ ଜଳିଗଲେ ଯୁବକ । ସୁବର୍ଣ୍ଣପୁର ବୀରମହାରାଜ ପୁର ବ୍ଲକ ଘିଚାପାଲି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ହେଲେ ରଂଜନ ବିଭାର । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ବି ଗତକାଲି ରାତିରେ ସେ ଘରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିବା ଜଣାପଡିଛି । ଖବର ପାଇଁ ଦମକଳ ବାହିନୀ ନିଆଁକୁ ଆୟତ କରିବା ବେଳକୁ ରଂଜନ ସଂପୂର୍ଣ୍ଣ ପୋଡି ଯାଇଥିବା ଦେଖିବାକୁ ମିଳିଥିଲା । ସୁବଳୟା ଥାନା ପୁଲିସ ଘଟଣାର ଛାନଭିନ କରୁଛି । ଏହି ଘଟଣା ପୁରା ଗାଁରେ ଶୋକର ଛାୟା ଖେଳାଇ ଦେଇଛି ।

Related Posts