ଅମିତ୍‌ ଶାହଙ୍କ ଝାରଗ୍ରାମ ଗସ୍ତ ଉପରେ ମମତା ସରକାରଙ୍କ ବ୍ରେକ୍‌, ରାଲିକୁ ଯିବେ ସ୍ମୃତି

ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସ ଭିତରେ ଚାଲୁଥିବା ଯୁଦ୍ଧ ବଢ଼ିବାରେ ଲାଗିଛି । ଏବେ ଝାରଗ୍ରାମରେ ବି ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ଦିଆଗଲା ନାହିଁ ।

ଭାରତୀୟ ଜନତା ପାର୍ଟି ମଙ୍ଗଳବାର ନିଜର ମିଶନ ବଙ୍ଗାଲର ଆରମ୍ଭ କରିଦେଲେ । ସ୍ବାଇନ୍‌ ଫ୍ଲୁ ରୋଗରୁ ସୁସ୍ଥ ହୋଇ ଫେରିଥିବା ଦଳୀୟ ଅଧ୍ୟକ୍ଷ ଅମିତ୍‌ ଶାହ ପଶ୍ଚିମବଙ୍ଗର ମାଲଦାରେ ନିର୍ବାଚନୀ ଜନସଭାକୁ ସମ୍ବୋଧନ କଲେ । ଅମିତ୍‌ ଶାହଙ୍କର ଏହି ଗସ୍ତକୁ ନେଇ ଖୁବ୍‌ ବିବାଦ ବି ହେଉଛି ।

ଶାହଙ୍କ ଗସ୍ତର ଆଜି ଦ୍ବିତୀୟ ଦିନ ଥିଲା । ଅମିତ୍‌ ଶାହ ଝାରଗ୍ରାମରେ ରାଲି କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ହେଲିକପ୍ଟର ଲ୍ୟାଣ୍ଡିଂର ଅନୁମତି ନ ମିଳିବା ଫଳରେ ଏବେ ସେ ରାଲିରେ ଯୋଗ ଦେବେ ନାହିଁ । ଏଥିପାଇଁ ଏହି ରାଲିରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ସାଂସଦ ରୁପା ଗାଙ୍ଗୁଲି ଓ କୈଳାସ ବିଜୟବର୍ଗୀୟ ଯୋଗ ଦେବେ ।

Related Posts