ନୂଆଦିଲ୍ଲୀ: ସେନା ହସ୍ପିଟାଲରୁ ରକ୍ତ ନେବାପରେ ଜଣେ ବ୍ୟକ୍ତି ଏଚଆଇଭି ସଂକ୍ରମିତ ହୋଇଛନ୍ତି। ତେବେ ଏହା ଜଣା ପଡ଼ିବା ନେଇ ଏନେଇ ସେ ସୁପ୍ରିମକୋର୍ଟଙ୍କ ଦଦ୍ୱାରସ୍ଥ ହୋଇଥିଲେ । ମାନ୍ୟବର ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣୀ କରି ଆର୍ମି ହସ୍ପିଟାଲ ମ୍ୟାନେଜମେଣ୍ଟକୁ ମାଗଣାରେ ଚିକିତ୍ସା କରିବାକୁ ନିର୍ଦେଶ ଦେଇଛନ୍ତି।
ଆବେଦନକାରୀ ବୁଧବାର କୋର୍ଟରେ ମାମଲାର ତୁରନ୍ତ ଶୁଣାଣି କରିବାକୁ ନିବେଦନ କରିଥିଲେ। ଏହାପରେ କୋର୍ଟ ମାମଲାକୁ ଗୁରୁବାର ପାଇଁ ଲିଷ୍ଟ କରିଦେଇଥିଲେ। କୋର୍ଟ ପଚାରିଥିଲେ ୨୦୨୨ ରେ ଆବେଦନକାରୀଙ୍କୁ ଦିଆଯାଇଥିବା ରକ୍ତ କାହାର ଥିଲା, ଏନେଇ ହସ୍ପିଟାଲ କହିଛି ଏତେ ପୁରୁଣା ରେକର୍ଡ ନାହିଁ। ହସ୍ପିଟାଲ ପକ୍ଷରୁ ଥିବା ଓକିଲ କହିଛନ୍ତି, ମାମଲାର ଯାଞ୍ଚ କରାଯାଉଛି ଓ ଆବେଦନକାରୀ ଚିକିତ୍ସାରେ ସବୁ ପ୍ରକାର ସାହାଯ୍ୟ କରାଯିବ। କୋର୍ଟ କହିଛନ୍ତି, ଯୁବକଙ୍କୁ ଠିକ୍ କରିବା ପାଇଁ ଯଦି ଚିକିତ୍ସା କରାଯାଇପାରେ ତେବେ ତୁରନ୍ତ କରନ୍ତୁ।
ଉଲ୍ଲେଖନୀୟ ଯେ, ଗତ ୧୦ ବର୍ଷରେ ଏଚଆଇଭିର ସବୁଠାରୁ ଅଧିକ ମାମଲା ଆନ୍ଧ୍ର ପ୍ରଦେଶରେ ସାମନାକୁ ବସିଛି। ଏଠାରେ ୩.୧୮ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଏହାପରେ ଦ୍ବିତୀୟ ସ୍ଥାନରେ ମହାରାଷ୍ଟ୍ର ରହିଛି, ଯେଉଁଠି ୨.୮୪ ଲକ୍ଷ ସଂକ୍ରମିତ ହୋଇଥିବାର ସମାନକୁ ଆସିଛି। ଏହାପରେ କର୍ଣ୍ଣାଟକ(୨.୧୨ ଲକ୍ଷ), ତାମିଲନାଡୁ(୧.୧୬ ଲକ୍ଷ), ଉତ୍ତର ପ୍ରଦେଶ(୧.୧୦ ଲକ୍ଷ) ଓ ଗୁଜରାଟ (୮୭,୪୪୦) ମାମଲା ସାମନାକୁ ଆସିଛି। ତେବେ ବହୁ ବର୍ଷ ହେବ ଏଚଆଇଭି ରୋଗୀଙ୍କ ସଂଖ୍ୟାରେ ଲଗାତାର ହ୍ରାସ ଘଟିଛି।
