ଟିଭି ଶୋ’ ସ୍ୱୟଂବର ମାଧ୍ୟମରେ ନିଜ ପାଇଁ ଜୀବନ ସାଥି ଖୋଜିବେ ମିକା ସିଂ

ମୁମ୍ୱାଇ: ବିବାହ ବନ୍ଧନରେ ବାନ୍ଧି ହେବେ ମିକା ସିଂ । ଏନେଇ ସେ ନିଜେ ସୂଚନା ଦେଇଛନ୍ତି। ସଂଙ୍ଗୀତ ଦୁନିଆର ପରିଚିତ ଚେହେରା ମିକା ସିଂ । ସବୁବେଳେ, ନିଜ ଗୀତ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ବେଳେ, ବର୍ତ୍ତମାନ ହାତକୁ ଦିହାତ ହେବାକୁ ଯାଉଛନ୍ତି । ସଂଙ୍ଗୀତ ପ୍ରେମୀଙ୍କୁ ଦୁଇ ଦଶନ୍ଧି ଧରି ସୁନ୍ଦର ସୁନ୍ଦର ଗୀତ ଶୁଣାଇଥିବା ମିକା ସର୍ବଦା ବାହାଘର ଠାରୁ ଦୂରେଇ ରହୁଥିଲେ । ଏବେ ଏକ ଟିଭି ଶୋ’ ସ୍ୱୟଂବରରେ ନିଜ ବିବାହ ପାଇଁ କନ୍ୟା ପାଇଁ ଖୋଜିବେ । ଏନେଇ ସୋସିଆଲ୍ ମିଡିଆରେ ସେୟାର କରି ଘୋଷଣା କରିଛନ୍ତି ।

ଏକ ସାକ୍ଷାତକାରରେ ମିକା ସିଂ କହିଛନ୍ତି ସମସ୍ତେ ଏଭଳି ବିବାହ କରିବାକୁ ଚାହାନ୍ତି ବୋଧହୁଏ , କାରଣ ମୁଁ ଶେଷ ୨୦ ବର୍ଷରେ ପ୍ରାୟ ୧୦୦ରୁ ୧୫୦ଟି ବିବାହ ପ୍ରସ୍ତାବକୁ ମନା କରିଛି । ମୁଁ ପ୍ରଥମେ ବାହା ହେବା ପାଇଁ ପ୍ରସ୍ତୁତ ନଥିଲି। କାହିଁନା କାମ ଉପରେ ଧ୍ୟାନ ଦେଉଥିଲି। ଏବେ ମୁଁ ବାହା ହେବାକୁ ପ୍ରସ୍ତୁତ ଅଛନ୍ତି ।

ଏହା ସହ ସେ କହିଛନ୍ତି ଲୋକେ ଭାବନ୍ତି ଯେ ମୁଁ ବାହା ନହୋଇ ଝିଅମାନଙ୍କୁ ନେଇ ସମୟ ବିତେଇବାକୁ ଚାହେଁ । ହେଲେ ମୋର ଏତେ ସାହସ ନାହିଁ ଯେ ମୁଁ ମୋ ଭାଇକୁ ଓ ପରିବାରକୁ ଏବେ ଗର୍ଲଫ୍ରେଣ୍ଡ ଦେଖାଇବି । ଆମର ଏଠି ଏମିତି ହୁଏ ନାହିଁ , ଏଠାରେ ସମ୍ମାନ ଅଛି । ମୋ ଭାଇକୁ ଦଲେର ମେହନ୍ଦୀ କହିବାରୁ ମୁଁ ଏ ପ୍ରସ୍ତାବ ଦେଖିଲି । ବର୍ତ୍ତମାନ ମୋ ବୟସ ୪୪ , ବାହା ହେବା ପାଇଁ ଏହା ଏକ ଶ୍ରେଷ୍ଠ ସମୟ । ଆଉ ମୁଁ ସ୍ଵୟମ୍ବର ମାଧ୍ୟମରେ ନିଜ ପାଇଁ ଜୀବନ ସାଥି ବାଛିବି।

Related Posts