ଭାଇରାଲ ଅଡିଓକୁ ନେଇ ବଢୁଛି ମନେକା ଗାନ୍ଧୀଙ୍କ ଅଡୁଆ : ବିଜେପି ବିଧାୟକ କହିଲେ – ” ଲଜ୍ଜା ଲାଗୁଛି ସେ ମୋ ଦଳର ସାସଂଦ “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଜେପି ସାଂସଦ ମନେକା ଗାନ୍ଧୀ ଭେଟେରନାରୀ ଡାକ୍ତରଙ୍କୁ ଫୋନରେ ଗାଳି ଦେବା ଅଡିଓ ଭାଇରାଲ ହେବା ପରେ ଏବେ ବିରୋଧ ବଢିବାରେ ଲାଗିଛି। ଏମିତିକି ନିଜ ଦଳର ନେତା ମଧ୍ୟ ମେନକାଙ୍କୁ ଖୋଲା ଖୋଲି ବିରୋଧ କରିଛନ୍ତି। ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅଜୟ ବିଷ୍ଣୁ ଟ୍ୱିଟ କରି କହିଛନ୍ତି ଯେ ମନେକା ଜଣେ ବିଜେପି ସାଂସଦ ସେ ଆମ ଦଳର ନେତା ନୁହନ୍ତି । ସେ ଆହୁରି ମଧ୍ୟ ଲେଖିଛନ୍ତି, ଯେ “ସାଂସଦ ଶ୍ରୀମତୀ ମନେକା ଗାନ୍ଧୀ ପ୍ରାଣୀ ଚିକିତ୍ସକ ଡକ୍ଟର ବିକାଶ ଶର୍ମାଙ୍କ ସହ ଯେଉଁ ଭାଷାରେ କଥାବାର୍ତ୍ତା ହୋଇଛନ୍ତି ଏହା ପ୍ରମାଣ କରୁ ନାହିଁ ଯେ ଜବଲପୁରର ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଏହାର ମାନ୍ୟତା ହରାଇଛି। କିନ୍ତୁ ଏହା ନିଶ୍ଚିତ ଭାବରେ ପ୍ରମାଣ କରେ ଯେ ମାନେକା ଗାନ୍ଧୀ ଜଣେ କଦର୍ଯ୍ୟ ମହିଳା। ମୁଁ ଲଜ୍ଜିତ ଯେ ସେ ମୋ ଦଳର ସାଂସଦ (ନେତା ନୁହଁନ୍ତି)। ”

ଭାଇରାଲ ଅଡିଓରେ ଶୁଣିବାକୁ ମିଳୁଛି ଯେ , ମେନକା ଏକ କୁକୁରର ଚିକିତ୍ସା କରୁଥିବା ଜଣେ ଭେଟନାରୀ ଡାକ୍ତରଙ୍କୁ ଧମକ ଦେଉଛନ୍ତି । ଯଦି କୁକୁରଟି ମରିଯାଏ ମେନକା ଡାକ୍ତରଙ୍କ ଲାଇସେନ୍ସ ସବୁଦିନ ପାଇଁ ରଦ୍ଦ କରିବାକୁ ଧମକ ଦେଉଥିବା ଶୁଣିବାକୁ ମିଳୁଛି । ଏହା ସହ ତୁମ ଘରେ କେହି ଶିକ୍ଷିତ ଅଛନ୍ତି କି ନାହିଁ ବୋଲି ମେନକା ଡାକ୍ତରଙ୍କୁ ପଚାରିଛନ୍ତି। ଭାଇରାଲ ଅଡିଓ କଲ୍ ରେ ସେ କହିଛନ୍ତି, “ ମୁଁ ତୁମର ଲାଇସେନ୍ସ ଛଡ଼ାଇ ନେବି, ଅପରେସନ୍ କରିବା ପାଇଁ ତୁମ ପାଖରେ ଡିଗ୍ରୀ ଅଛି ? ଏବଂ ପରେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ସେ ତାଙ୍କୁ ତାଙ୍କ ଟାଇଟେଲ୍ ପଚାରିଥିଲେ ଏବଂ ତା’ପରେ କହିଥିଲେ ଯେ ସେ ତାଙ୍କ ପରିବାର ନାମରେ ଏକ “କଳଙ୍କ” । ତୁମ ବାପା କଣ କରନ୍ତି, ସେ ଜଣେ ମାଳି ନା ଚଉକିଦାର ? ତୁମେ ଶିକ୍ଷିତ କି ନୁହେଁ ? ” ତେବେ ବିଜେପି ସାଂସଦଙ୍କ ଏଭଳି ବ୍ୟବହାରକୁ ନେଇ ପ୍ରାଣୀ ଚିକିତ୍ସା ଡାକ୍ତର ସଂଘ କଡା ନିନ୍ଦା କରିଛି। ଏହା ବିରୋଧରେ ଭେଟରନାରୀ ଡାକ୍ତର ମାନେ ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି ।

Related Posts