ରାହୁଲଙ୍କ ମନୋହର କାହାଣୀ !

ରାଫେଲ୍ ଡିଲ୍ ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କୁ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ପାଲଟା ଆକ୍ରମଣ କରିଛନ୍ତି । ତାଙ୍କ ସହ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ସୌଜନ୍ୟମୂଳକ ସାକ୍ଷାତରେ ରାଫେଲ ପ୍ରସଙ୍ଗ ଉଠି ନ ଥିଲା ବୋଲି ପାରିକର କହିଛନ୍ତି । ରାହୁଲ ମିଛ କହୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ପାରିକର ।

ମଙ୍ଗଳବାର ରାହୁଲ ଅସୁସ୍ଥ ପାରିକରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୂଡାନ୍ତ କରିଥିବା ରାଫେଲ୍ ଡିଲ୍‌ରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ତାଙ୍କର କୌଣସି ଭୂମିକା ନ ଥିଲା ବୋଲି ପାରିକର ତାଙ୍କୁ କହିଥିବା ରାହୁଲ କଂଗ୍ରେସକର୍ମୀଙ୍କୁ କହିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟର ଜବାବ ଦେଇ ତାଙ୍କୁ ଚିଠି ଲେଖିଛନ୍ତି ପାରିକର ।

ରାଜନୈତିକ ଉଦ୍ଦେଶ୍ୟ ପାଇଁ ସାକ୍ଷାତକୁ ବ୍ୟବହାର କରିଥିବାରୁ ସେ ନିରାଶ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ପାରିକର । ରାହୁଲଙ୍କୁ ପାରିକରଙ୍କ ଚିଠି ପରେ ବିଜେପି ସଭାପତି ଅମିତ ଶାହ ମଧ୍ୟ ତାଙ୍କୁ ସମାଲୋଚନା କରିଛନ୍ତି । ଜଣେ ଅସୁସ୍ଥ ବ୍ୟକ୍ତିଙ୍କ ନା ନେଇ ରାହୁଲ ଗାନ୍ଧି ମିଛ କହୁଛନ୍ତି ବୋଲି ଅମିତ ଶାହ କହିଛନ୍ତି ।

Related Posts