ବହିଷ୍କୃତ ହେଲେ ICICI ବ୍ୟାଙ୍କର ପୂର୍ବତନ CEO ଚନ୍ଦା କୋଚର

ICICI ବ୍ୟାଙ୍କରୁ ପୂର୍ବତନ CEO ଚନ୍ଦା କୋଚର ବହିଷ୍କୃତ ହୋଇଛନ୍ତି । ଆଚରଣ ସଂହିତା ଲଲ୍ଲଂଘନ ଅଭିଯୋଗରେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଛି । ଚନ୍ଦା କୋଚରଙ୍କ ମାମଲାର ତଦନ୍ତ କରୁଥିବା ସାଇକ୍ରିଷ୍ଣା କମିଟିର ରିପୋର୍ଟ ଭିତ୍ତିରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

୨୦୧୨ରେ ଭିଡିଓକନ୍‌ କମ୍ପାନୀକୁ ୩୨୫୦ କୋଟି ଟଙ୍କା ଋଣ ମଞ୍ଜୁର ହୋଇଥିଲା ଆଇସିଆଇସିଆଇ ବ୍ୟାଙ୍କ । ବ୍ୟକ୍ତିଗତ ଲାଭ ଆଶାରେ ଚନ୍ଦା ଋଣ ମଞ୍ଜୁର କରିଥିବା ନେଇ ଅଭିଯୋଗ ଆସିଥିଲା । କାରଣ ଭିଡିଓକନ୍‌ କମ୍ପାନୀରେ କାମ କରୁଥିଲେ ତାଙ୍କ ସ୍ବାମୀ । ଏହି ଅଭିଯୋଗରେ ଚନ୍ଦାଙ୍କୁ ପୂର୍ବରୁ ବ୍ୟାଙ୍କର ସିଇଓ ପଦରୁ ହଟାଇ ଦିଆଯାଇଥିଲା । ଏବେ ବ୍ୟାଙ୍କୁ ତାଙ୍କୁ ବହିଷ୍କାର କରାଯାଇଛି ।

Related Posts