ମଦଭାଟି ଭାଙ୍ଗିଲେ, ଗାଡି ପୋଡିଲେ

ସତ୍ୟପାଠ ବ୍ୟୁରୋ : କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଡୁମୁରୀପୁଟରେ ମାଓବାଦୀ ଲଙ୍କାକାଣ୍ଡ ଭିଆଇଛନ୍ତି । ମଦଭାଟି ଭାଙ୍ଗିବା ସହ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିବା ଅଭିଯୋଗ ହୋଇଛି ।

ଘଟଣାସ୍ଥଳରେ ଗୋଟିଏ ବୋଲେରୋ ଓ ୨ଟି ବାଇକକୁ ଜାଳି ଦେଇଛନ୍ତି ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ଏକ ମାଓପୋଷ୍ଟର ଲଗାଯାଇଥିବା କାରଣରୁ ଏହାକୁ ମାଓ ସଂଗଠନ କରିଥିବା କୁହାଯାଉଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Related Posts