ବିରାପ୍ପାନକୁ ନିପାତ କରିଥିବା ବିଜୟ କୁମାର ଏବେ ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ

ସତ୍ୟପାଠ ବ୍ୟୁରୋ : ଅବସରପ୍ରାପ୍ତ ଆଇପିଏସ୍ ଅଧକାରୀ ବିଜୟ କୁମାରଙ୍କୁ ଜାମ୍ମୁ ଓ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ତାଙ୍କ ଅଧିନରେ ବାସଗୃହ, ଜଙ୍ଗଲ, ପରିବେଶ ଓ ପର୍ଯ୍ୟାବରଣ, ସ୍ୱାସ୍ଥ୍ୟ ଓ ଚିକିତ୍ସା ଶିକ୍ଷା, ଯୁବସେବା ଏବଂ ଖେଳ, ଆତିଥ୍ୟ ଏବଂ ପ୍ରୋଟୋକଲ, ନାଗରିକ ଉନ୍ନୟନ, ସୂଚନା ଓ ଲୋକସଂପର୍କ ଭଳି ପ୍ରମୁଖ ବିଭାଗ ରଖାଯାଇଛି । ଏବେ ବିଜୟ ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ଧାରା ୩୭୦ ହଟିବା ସହ ଜାମ୍ମୁକାଶ୍ମୀରକୁ କେନ୍ଦ୍ର ଶାସିତ ରାଜ୍ୟ ଭାବେ କେନ୍ଦ୍ର ସରକାର ଘୋଷଣା କରିଥିଲେ ।

୧୯୭୫ ବ୍ୟାଚ ତାମିଲନାଡୁ କ୍ୟାଡର ଆଇପିଏସ୍ ଅଫିସର ହେଉଛନ୍ତି ବିଜୟ କୁମାର । ସେ ଏସଟିଏଫର ନେତୃତ୍ୱ ନେଉଥିଲେ । ୨୦୦୪ରେ ଜଙ୍ଗଲ ଦସ୍ୟୁ ବୀରାପ୍ପାନକୁ ନିପାତ କରିଥିଲେ ବିଜୟ । ଏହାପରେ ସେ ସାରା ଦେଶର ଚର୍ଚ୍ଚିତ ନାଁ ପାଲଟି ଯାଇଥିଲେ । ମାଓବାଦୀ ବିରୋଧୀ ବିଶେଷଜ୍ଞ ଭାବେ ସମସ୍ତଙ୍କ ପାଇଁ ପରିଚିତ ନାଁ ହେଉଛି ବିଜୟ କୁମାର । ତାଙ୍କୁ ଅନୁସରଣ କରି ଅନେକ ସାଉଥ୍ ସିନେମା ମଧ୍ୟ ନିର୍ମାଣ କରାଯାଇଛି ।

Related Posts