ଭାରତ ସହ ସମ୍ପର୍କ ତୁଟାଇବା ପରେ ପାକିସ୍ତାନରେ ବଢ଼ିଲା ଟମାଟୋ ଭାଉ

ସତ୍ୟପାଠ ବ୍ୟୁରୋ : ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବା ପରେ ପାକିସ୍ତାନର ଦଶା କେମିତି ହୋଇଛି ତାହାର ବଡ ଖବର ସାମ୍ନାକୁ ଆସିଛି । ଭାରତ ସହ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନରେ ଏବେ ଟମାଟୋ କିଲୋ ଆକାଶ ଛୁଆଁ ହୋଇଛି । ଭାରତରୁ ରପ୍ତାନୀ ସାମଗ୍ରୀ ଉପରେ ରୋକ ଲାଗିବା ପରେ ପାକିସ୍ତାନରେ ଟମାଟୋ କିଲୋ ଏବେ ୩୦୦ଟଙ୍କା । ଅଚାନକ ଟମାଟୋ ଭାଉ ଏତେ ବଢ଼ିଯିବା ପରେ ଦେଶରେ ଭାଳେଣୀ ପଡି ଯାଇଛି ।

ଭାରତ ସହ ସବୁ ପ୍ରକାର ସମ୍ପର୍କ କାଟିଛି ପାକିସ୍ତାନ । ନା ଭାରତରୁ ସାମଗ୍ରୀ କିଣିବ ନା ବିକିବ ବୋଲି ଘୋଷଣା କରିଛି । ଏପରିକି ଭାରତ-ପାକ୍ ଭିତରେ ଚଳାଚଳ କରୁଥିବା ଦୁଇଟି ଯାକ ଟ୍ରେନ ଚଳାଚଳ ଉପରେ ବି ରୋକ ଲଗାଇଛି । ଆଜି ଘଟଣାକ୍ରମରେ ବସ୍ ଚଳାଚଳ ବି ପାକ୍ ବନ୍ଦ କରି ଦେଇଛି । ଭାରତରୁ ପନିପରିବା ସହ ଟମାଟୋ ହିଁ ସବୁଠୁ ଅଧିକ ରପ୍ତାନୀ ହେଉଥିଲା ପାକିସ୍ତାନକୁ । ଏହା ବନ୍ଦ ହେବା ପରେ ପାକ୍ ରେ ଟମାଟୋ ଦର ଆକାଶଛୁଆଁ ହୋଇଛି ।

Related Posts