ଆଜିଠୁ ଆରମ୍ଭ ମାଓ ସପ୍ତାହ: କଳାହାଣ୍ଡି ରାମପୁର ବ୍ଲକରେ ପୋଷ୍ଟର ମାରି ସ୍ଥିତି ଜାହିର କଲେ ମାଓବାଦୀ

କଳାହାଣ୍ଡି : ଆଜିଠୁ ଆରମ୍ଭ ମାଓ ସପ୍ତାହ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମାଓବାଦୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ମାଓ ସପ୍ତାହ । ସେପଟେ ନିଜ ସ୍ଥିତି ଜାହିର କରିଛନ୍ତି ମାଓବାଦୀ । କଳାହାଣ୍ଡି ଜିଲ୍ଲା ମଦାନପୁର ରାମପୁର ବ୍ଲକରେ ପୋଷ୍ଟର ମାରି ପୁଣି ସ୍ଥିତି ଜାହିର କଲେ ମାଓବାଦୀ ।

ସ୍ବାଧୀନତା ଦିବସକୁ କଳା ଦିବସ ରୂପରେ ପାଳନ କରିବା ପାଇଁ ଆହ୍ଵାନ ଦେଇ ପୋଷ୍ଟର ଜାରି କରିଛନ୍ତି ।

ତେବେ ଗୁରୁବାର ସକାଳୁ ମୋହନଗିରି ମେନରୋଡ଼ ହାଟ ପଡା ପାଖରେ, ବିଜାମାଲ, ହରିଡ଼ାପଡା ଓ ସିଂହପୁର ପଞ୍ଚାୟତ କାନ୍ଥରେ ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟରରେ ସେମାନେ ସ୍ବାଧୀନତା ଦିବସକୁ କଳା ଦିବସ ରୂପରେ ପାଳନ କରିବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । KKBN ତରଫରୁ ଏହି ପୋଷ୍ଟର ଜାରି କରାଯାଇଥିବା ଦର୍ଶାଯାଇଛି।

Related Posts