ପଶ୍ଚିମବଙ୍ଗରେ କ୍ୟାବିନେଟ୍ ବୈଠକ ଡାକିଲେ ମମତା ବାନାର୍ଜୀ, ପାର୍ଥ ଚାଟାର୍ଜୀଙ୍କୁ କ୍ୟାବିନେଟରୁ ବହିସ୍କାର ନେଇ ହୋଇପାରେ ନିଷ୍ପତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିକ୍ଷକ ନିଯୁକ୍ତି ଦୁର୍ନିତୀ ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କର କାଳକାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଘଟଣା ଉପରେ ନିରବ ରହିଥିବା ମମତା ବାନାର୍ଜୀ ଆଜି ପାର୍ଥଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇପାରନ୍ତି। ତାଙ୍କୁ କ୍ୟାବିନେଟରୁ ବହିସ୍କାର କରାଯାଇପାରେ ବୋଲି ସୂଚନା ମିଳିଛି।ଏ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏକ କ୍ୟାବିନେଟ୍ ବୈଠକ ଡକାଇଛନ୍ତି। ଆଜି ସନ୍ଧ୍ୟାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ପାର୍ଥଙ୍କୁ ଦଳର ସମସ୍ତ ଦାୟିତ୍ୱରୁ କାଢ଼ି ଦିଆଯାଇପାରେ ବୋଲି ଶୁଣିବାକୁ ମିଳୁଛି। ଏହା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳର ସମସ୍ତ ନେତାଙ୍କୁ ପାର୍ଥଙ୍କ ବିଷୟରେ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି।

ସୂଚନା ଅନୁସାରେ ଆଜି ସକାଳେ ପାର୍ଥଙ୍କୁ ଦଳରୁ ଓ କ୍ୟାବିନେଟ୍ ରୁ ବହିସ୍କାର କରିବା ପାଇଁ ଦଳର ସାଧାରଣ ସମ୍ପାଦକ ଓ ପ୍ରବକ୍ତା କୁନାଲ ଘୋଷ କହିଥିଲେ। ତାଙ୍କୁ ଦଳରୁ ବାହାର କରିଦେବା ଉଚିତ୍ ବୋଲି କୁନାଲ ଟ୍ୱିଟ୍ କରି ସୂଚନା ଦେଇଥିଲେ।

Related Posts