ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଉ କିଛି ଦିନ ପରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ଭକ୍ତଙ୍କ ମନରେ ଢ଼େର ସାରା ଉତ୍କଣ୍ଠା ଭରି ରହିଛି । ସେପଟେ ରଥଯାତ୍ରା ପାଇଁ ସାରା ବିଶ୍ୱରୁ ଭକ୍ତମାନଙ୍କର ସମାଗମ ହେଉଛି । ତେବେ ଭିଡ଼କୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଏବେ ରାଜ୍ୟରେ କିଛି ମାତ୍ରାରେ ସଂକ୍ରମଣ ବଢ଼ିଛି ।
ଖୋର୍ଦ୍ଧାରେ ମଧ୍ୟ ସଂକ୍ରମଣ ବଢ଼ୁଛି । ଟେଷ୍ଟିଂ ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ବିଜୟ ମହାପାତ୍ର । ଏହା ସହ ସେ କହିଛନ୍ତି ଯଦି କରୋନାର ଲକ୍ଷଣ ଥିବା ଦେଖୁଛନ୍ତି ପୁରୀ ଯାଆନ୍ତୁ ନାହିଁ । ଘରେ ରହି ଟିଭିରେ ରଥଯାତ୍ରା ଦେଖନ୍ତୁ । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପୁରୀରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ପୁରୀରେ ହେଲଥ୍ କ୍ୟାମ୍ପ କରାଯିବ । ରଥଯାତ୍ରା ପାଇଁ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ସମୀକ୍ଷା କରିବା ନେଇ କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
