ନମାଜ ସମୟରେ ମସଦିଜରେ ଭୟଙ୍କର ବିସ୍ଫୋରଣ: ୩୩ ଜଣଙ୍କ ମୃତ୍ୟୁ, ୪୩ ଜଣ ଆହତ

ନୂଆଦିଲ୍ଲୀ: ଆଫାଗାନିସ୍ତାନରେ ଶୁକ୍ରବାର ଏକ ଭୟଙ୍କର ବିସ୍ପୋରଣ ଘଟିଛି | ନମାଜ ସମୟରେ ଏକ ମସଦିଜରେ ଏହି ଭୟଙ୍କର ବିସ୍ଫୋରଣ ହୋଇଛି | ଫଳରେ ଅତି କମରେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ବିସ୍ଫୋରଣରେ ଅନ୍ୟ ୪୩ ଜଣ ଆହତ ହୋଇଛନ୍ତି । ତାଲାବନର ଜଣେ ମୁଖପାତ୍ର ଏହି ସୂଚନା ଦେଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀ ସଂଗଠନ ଆଇଏସ ଦେଶରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଥିଲା। ଗତ ବର୍ଷ ଅଗଷ୍ଟ ମାସରେ ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିଆରକୁ ନେବା ପରେ ବୋମା ବିସ୍ଫୋରଣ ମାମଲା କମିଛି ସତ, କିନ୍ତୁ ଜିହାଦୀ ଏବଂ ସୁନୀ ଆଇଏସ ଆକ୍ରମଣ ଜାରି ରଖିଛନ୍ତି।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଟ୍ୱିଟ୍ କରି, ‘ଉତ୍ତର ଭାଗର କୁନ୍ଦଜର ଏକ ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ ୩୩ ଜଣଙ୍କ ମଧ୍ୟରେ ଗୋଟିଏ ଶିଶୁ ମଧ୍ୟ ଥିବା ସୂଚନା ଦେଇଛନ୍ତି। ତାଲିବାନ ଏହି ଘଟଣାକୁ ନିନ୍ଦା କରିବା ସହ ଶୋକ ସନ୍ତପ୍ତ ଲୋକଙ୍କୁ ସମବେଦନା ଜଣାଉଛି’।

‘ସିନ୍‌ହୁଆ ପ୍ରେସ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ମୁଜାହିଦ୍‌ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ, ଆକ୍ରମଣ କରିଥିବା ଅପରାଧୀମାନଙ୍କର ବିଚାର ହେବ।

ନାମ ଗୋପନ ରଖି ଜଣେ ପ୍ରତ୍ୟକ୍ଷଦର୍ଶୀ ‘ସିନ୍‌ହୁଆ’କୁ କହିଛନ୍ତି, ଶୁକ୍ରବାର ଅପରାହ୍ଣ ପ୍ରାୟ ୨.୩୦ରେ ଇମାମ୍‌ ସାହିବସ୍ଥିତ ମୁଲ୍ଲା ସିକନ୍ଦର ମସ୍‌ଜିଦ୍‌ରେ ବିସ୍ଫୋରଣ ସଙ୍ଗଠିତ ହୋଇଥିଲା।

ଆଇଏସ ପରି ଜିହାଦୀ ଗୋଷ୍ଠୀ ସୁଫିୟଙ୍କ ପାଇଁ ଘୃଣା ରଖନ୍ତି। ସେମାନଙ୍କୁ ବିଧର୍ମୀ କହିବା ସହ ସେମାନଙ୍କ ଉପରେ ଭେଦଭାବର ଅଭିଯୋଗ ଲଗାଇଥାନ୍ତି। ଆଫଗାନିସ୍ତାନରେ ଦୁଇ ଦିନରେ ଏହା ତୃତୀୟ ବିସ୍ଫୋରଣ। ଏହା ପୂର୍ବରୁ ଗୁରୁବାର ଉତ୍ତର ସହର ମଜାର-ଏ-ଶରୀଫରେ ଏକ ସିୟା ମସଜିଦରେ ହୋଇଥିବା ଏକ ବିସ୍ଫୋରଣ ପାଇଁ ଆଇଏସଆଅଏସ ନିଜକୁ ଦାୟୀ କରିଥିଲା। ଏହି ବିସ୍ଫୋରଣରେ ପାଖାପାଖି ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୮ ଜଣ ଆହତ ହୋଇଥିଲା। ଏହାଛଡା ଗୁରୁବାର କୁନ୍ଦଜ ସହରରେ ଅନ୍ୟ ଏକ ବିସ୍ଫୋରଣ ପାଇଁ ମଧ୍ୟ ଆଇଏସ ନିଜକୁ ଦାୟୀ କରିଥିଲା। ଏଥିଲେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଥିଲେ |

Related Posts