ମଣିପୁରର ନୋନି ଜିଲ୍ଲାରେ ବଡ ଧରଣ ଭୂସ୍ଖଳନ: ଅନେକ ନିଖୋଜ ରହିଥିବା ଆଶଙ୍କା, ଉଦ୍ଧାର କାର୍ଯ୍ୟ ଜାରି

ଇମ୍ଫାଲ: ମଣିପୁରର ନୋନି ଜିଲ୍ଲାରେ ଘଟିଛି ଏକ ବଡ ଧରଣର ଭୂସ୍ଖଳନ । ଫଳରେ ଏଥିରେ ଅନେକ ଲୋକ ନିଖୋଜ ରହିଥିବା ନେଇ ଆଶଙ୍କା କରାଯାଉଛି । ଏନେଇ ସୂଚନାପାଇବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଟୁପୁଲ ରେଳ ଷ୍ଟେସନ ନିକଟବର୍ତ୍ତୀ ଏରିଆରେ ଏହି ଭୂସ୍ଖଳନ ଘଟିଛି । ନିକଟରେ ନିୟୋଜିତ ଭାରତୀୟ ସେନାର 107 ଟେରିଟୋରାଲ୍ ଆର୍ମି କ୍ୟାମ୍ପ ମଧ୍ୟ ପ୍ରଭାବିତ ହୋଇଛି ।

ଘଟଣାସ୍ଥଳରେ ଭାରତୀୟ ସେନା ଏବଂ ଆସାମ ରାଇଫଲ୍ସର କଣ୍ଟିଜେଣ୍ଟର ଯବାନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ସୁଦ୍ଧା 13 ଜଣଙ୍କୁ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ନୋନି ସ୍ଥିତ ଆର୍ମି ମେଡିକାଲ ୟୁନିଟରେ ଚିକିତ୍ସା କରାଯାଉଛି । ଅନ୍ୟପଟେ ମାଟି ଅତଡା ତଳେ ଅନ୍ୟ କିଛି ସ୍ଥାନୀୟ ବାସିନ୍ଦା ମଧ୍ୟ ଫସି ରହିଥିବା ସନ୍ଦେହ କରାଯାଉଛି ।

ସେନା ହେଲିକପ୍ଟର ଉଦ୍ଧାରରେ ନିୟୋଜିତ ହେବା ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ସୁଦ୍ଧା ପ୍ରତିକୂଳ ପାଗ ପାଇଁ ଉଡାଣ ଭରି ପାରିନାହାନ୍ତି । ନିକଟରେ ପ୍ରବାହିତ ନଦୀର ଜଳ ପ୍ରବାହ ମଧ୍ୟ ଭୂସ୍ଖଳନ ଫଳରେ ପ୍ରଭାବିତ ହୋଇଛନ୍ତି । ପାଗରେ ସୁଧାର ଆସିଲେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ । ତେବେ ଏବେ ସୁଦ୍ଧା ମଧ୍ୟ ଫସିଥିବା ଲୋକଙ୍କ ସଂଖ୍ୟା ବାବାଦରେ ପ୍ରକୃତ ତଥ୍ୟ ମିଳିପାରିନାହିଁ ।

Related Posts