ଝାଡଖଣ୍ଡରେ ଲଜ୍ୟା: 10 ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କଲେ 6 ନାବାଳକ, 5 ଗିରଫ

ଝାଡଖଣ୍ଡ: ଝାଡଖଣ୍ଡରେ ଘଟିଛି ଏକ ଲଜ୍ୟା ଘଟଣା । 10 ବର୍ଷର ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛି ।ଏନେଇ ପାରିବାର ପକ୍ଷରୁ ଥାନରେ ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ନେଇଛି। ଅଭିଯୋଗ ପରେ ଖୋଳତାଡ କରି 5 ଜଣ ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରିଛି ପୋଲିସ । ପୋଲିସ ମାମଲାର ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ଝାଡଖଣ୍ଡରେ ଏକ ସ୍ଥାନରେ ବିବାହ କାର୍ଯ୍ୟକ୍ରମ ଚାଲିଥିଲା । ଏହି ସମୟରେ, କିଛି ପିଲାଙ୍କ ସହ ନାବାଳିକାଙ୍କ ଯୁକ୍ତିତର୍କ ହୋଇଥିଲା । ଏହାପରେ ନାବାଳିକା ଏକୁଟିଆ ଘରକୁ ଫେରୁଥିବା ସମୟରେ 6 ଜଣ ନାବାଳକ ତାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତା ଘରେ ପହଞ୍ଚି ଘଟଣା ବାବଦରେ କହିଥିଲେ ।ଘଟଣା ପରେ ଗାଁରେ ପଞ୍ଚାୟତ ଡାକରା ଦେଇ ଏହାର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା, କିନ୍ତୁ ସମାଧାନ ହୋଇନପାରିବାରୁ ପୀଡିତାଙ୍କ ମାଆ ପୋଲିସ ଷ୍ଟେସନରେ ଏଫଆଇଆର ଦେଇଥିଲା । ତୁରନ୍ତ ପୋଲିସ ତଦନ୍ତ କରି 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ଗିରଫ ସମସ୍ତ ଅଭିଯୁକ୍ତ 9 ରୁ 15 ବର୍ଷ ବୟସ ହୋଇଥିବା ଜଣାପଡିଛି । ସେମାନଙ୍କୁ ବାଳ ସୁଧାର ଗୃହକୁ ପଠାଇ ଦେଇଛି ପୋଲିସ । ଅନ୍ୟଜଣେ ଅଭିଯୁକ୍ତ ଫେରାର ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।

Related Posts