ସେସୁ ଯେଉଁ ଅଂଚଳରେ ବିଦ୍ୟୁତ ଯୋଗାଣ କରୁଥିଲା ଏଣିକି ସେବା ଯୋଗାଇବ ଟାଟା ପାୱାର । ସେସୁକୁ ଅଧିଗ୍ରହଣ କରାଯାଇଥିବା ଟାଟା ପାୱାର ପକ୍ଷରୁ ଟ୍ୱିଇଟ କରି ସୂଚନା ଦିଆଯାଇଛି ସେସୁକୁ ବିକ୍ରି କରିବା ପାଇଁ ଘରୋଇ ସରକାରୀ ସହଭାଗିତାରେ ଅର୍ଥାତ ପିପିପିରେ ଏକ ସ୍ପେସିଆଲ ପରପୋଜ ଭେଇକେଲ ଗଠନ କରାଯିବ । ଏହା ଫଳରେ ସେସୁ ଅଧିନରେ ଥିବା ଓଡ଼ିଶାର ୫ଟି ସର୍କଲରେ ଟାଟା ପାୱାର ବିଦ୍ୟୁତ ସେବା ଯୋଗାଇବ । ଭୁବନେଶ୍ୱର ୧ ଓ ୨ ଏବଂ କଟକ, ପାରାଦ୍ୱୀପ, ଢେଙ୍କାନାଳ । ଏହି ସବୁ ଅଂଚଳରେ ବିଦ୍ୟୁତ ଯୋଗାଣ ଓ ପରିଚାଳନା ପାଇଁ ଟାଟା ପାୱାରକୁ ଓଡ଼ିଶା ନିୟାମକ ଆୟୋଗ ପକ୍ଷଯରୁ କ୍ଷମତା ଦିଆଯାଇଛି । ଏହା ଫଳରେ ଟାଟା ପାୱାର ଏହି ୫ଟି ସର୍କଲରେ ଆସନ୍ତା ୨୫ବର୍ଷ ଯାଏଁ ସେବା ଯୋଗାଇବ ।
Tata Power will supply electricity in Odisha’s five circles constituting the Central Electricity Supply Utility of Odisha (CESU). Read more: https://t.co/gjMGAd2XkD #ThisIsTataPower pic.twitter.com/goDIUbR42C
— TataPower (@TataPower) December 23, 2019
ବିଦ୍ୟୁତ ୟୁଟିଲିଟି ସଂସ୍ଥା ସେସୁର ଘରୋଇକରଣ ରାଜିନାମା ଅନୁସାରେ ବର୍ତ୍ତମାନ ଟାଟା ପାୱାର ପାଖରେ ୫୧ ପ୍ରତିଶତ ଅଂଶଧନ ରହିବ ବେଳେ ରାଜ୍ୟ ସରକାରଙ୍କ ପାଖରେ ୪୯ ପ୍ରତିଶତ ଅଂଶଧନ ରହିବ ।